ନିର୍ଭୟା ଦୋଷୀଙ୍କ ପତ୍ନୀ ଆବେଦନ କଲେ ଛାଡପତ୍ର, କହିଲେ ବାକି ଜୀବନ ବିଧବା ହୋଇ କାଟିପାରିବି ନାହିଁ

ନିର୍ଭୟା ଦୋଷୀ ଅକ୍ଷୟର ପତ୍ନୀ ବିହାରର ଔରଙ୍ଗାବାଦର ଅଦାଲତରେ ଛାଡପତ୍ର ଆବେଦନ କରିଛନ୍ତି। ଏହି ଆବେଦନ ପତ୍ରରେ ଅକ୍ଷୟର ପତ୍ନୀ କହିଛନ୍ତି, ସେ ବିଧବା ହୋଇ ବଞ୍ଚି ପାରିବେ ନାହିଁ। ଏହିକାରଣରୁ ତାଙ୍କୁ ଛାଡପତ୍ର ଦିଆଯାଉ। ସୂଚନା ଅନୁଯାୟୀ ନିର୍ଭୟା ଦୋଷୀ ଔରଙ୍ଗାବାଦର ଲହଂଗ କର୍ମା ଗ୍ରାମରେ ରହୁଥିବା ଅକ୍ଷୟ ଠାକୁରକୁ ଆସନ୍ତା ୨୦ ମାର୍ଚ୍ଚରେ ତା’ର ତିନି ଜଣ ସାଥୀଙ୍କ ସହ ଦିଲ୍ଲୀର ତିହାଡ ଜେଲରେ ଫାଶୀ ଦିଆଯିବ। ଏହାପୂର୍ବରୁ ଅକ୍ଷୟର ପତ୍ନୀ ଔରଙ୍ଗାବାଦ କୋର୍ଟରେ ଆବେଦନ କରିଥିବା ପ୍ରାର୍ଥନା ପତ୍ର ଉପରେ ଆସନ୍ତାକାଲି ଶୁଣାଣି ହେବାପାଇଁ ସ୍ଥିର କରାଯାଇଛି।

akshya

ରିପୋର୍ଟ ଅନୁଯାୟୀ ଅକ୍ଷୟର ପତ୍ନୀ ପୁନିତା ହିନ୍ଦୁ ବିବାହ ଅଧିନିୟମ ୧୩.୨.୨ ଅନ୍ତର୍ଗତ ଛାଡପତ୍ର ରୁଜୁ କରିଛନ୍ତି। ପୁନିତା ଅଦାଲତରେ ଆବେଦନ କରିଥିବା ପ୍ରାର୍ଥନା ପତ୍ରରେ ଲେଖିଛନ୍ତି, ମୋ ପତି ନିର୍ଦୋଷ କିନ୍ତୁ ନ୍ୟାୟାଳୟ ଦୃଷ୍ଟିକୋଣରୁ ସେ ଦୋଷୀ। କାନୁନ୍‌ ଅନୁଯାୟୀ ବଳତ୍କାରୀଙ୍କ ପତ୍ନୀ ଛାଡପତ୍ର ନେଇପାରିବେ। କାରଣ ସେ ତାଙ୍କର ବାକି ଜୀବନ ବିଧବା ରୂପେ ଅତିବାହିତ କରିବା ପାଇଁ ପ୍ରସ୍ତୁତ ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.