ନିର୍ଭୟା ଦୋଷୀଙ୍କୁ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ମନା କଲେ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ, ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନକୁ ଖାରଜ

କେନ୍ୟୁଜ୍(ବ୍ୟୁରୋ):  ନିର୍ଭୟା ଦୋଷୀଙ୍କୁ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ମନା କଲେ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ । ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ପଟିଆଲା ହାଉସକୋର୍ଟ । ତିନି ଜଣ ଦୋଷୀଙ୍କ ଦୟା ଆବେଦନ ଖାରଜ ହୋଇ ସାରିଥିବା ବେଳେ ବର୍ତ୍ତମାନ କୌଣସି କୋର୍ଟରେ କୌଣସି ଦୋଷୀଙ୍କ ଆବେଦନ ପେଣ୍ଡିଂ ନଥିବାରୁ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ଟ୍ରାଏଲ କୋର୍ଟଙ୍କୁ ଜଣାଇଥିଲେ ଜେଲ କର୍ତ୍ତୃପକ୍ଷ। ପ୍ରଥମ ଥର ଜାନୁଆରୀ ୨୨ ତାରିଖରେ ଫାଶୀ ପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଥିଲା। ଏହା ପରେ ଫେବ୍ରୁଆରୀ ୧ ତାରିଖକୁ ପୁଣି ଘୁଞ୍ଚିଥିଲା ଫାଶୀ ସମୟ। ଦ୍ୱିତୀୟ ଡେଥ୍‌ ଓ୍ଵାରେଣ୍ଟ କାର୍ଯ୍ୟକାରୀ ହେବାର ଦିନକ ପୂର୍ବରୁ ଏଥିରେ ରୋକ୍‌ ଲଗାଇଥିଲେ ଦିଲ୍ଲୀ ହାଇକୋର୍ଟ।

 

You might also like