ଫାଶୀ ପ୍ରକ୍ରିୟା ବିଳମ୍ବିତ କରିବାକୁ ପୁଣି ଆରମ୍ଭ ହୋଇଛି ଉଦ୍ୟମ, ଗଳାବାଟ ଖୋଜି ଚାଲିଛନ୍ତି ନିର୍ଭୟା ପିଶାଚ

ଦିଲ୍ଲୀ: ପୁଣି ଘୁଞ୍ଚିବ କି ଫାଶୀ ତାରିଖ ? ଫାଶୀ ପ୍ରକ୍ରିୟା ବିଳମ୍ବିତ କରିବାକୁ ପୁଣି ଆରମ୍ଭ ହୋଇଛି ଉଦ୍ୟମ। ସୁପ୍ରିମକୋର୍ଟରେ କ୍ୟୁରେଟିଭ୍‌ ପିଟିସନ ଓ ରାଜକ୍ଷମା ଆବେଦନ ପାଇଁ ଅନୁମତି ମାଗିଛି ଅନ୍ୟତମ ଦୋଷୀ ମୁକେଶ ସିଂ। ଏହି ଆବେଦନ ଗ୍ରହଣ କରାଗଲେ ଫାଶୀ ତାରିଖ ପୁଣି ଘୁଞ୍ଚିବା ଆଶଂକା ରହିଛି। ୪ ଦୋଷୀଙ୍କୁ ଆସନ୍ତା ୨୦ ତାରିଖ ସକାଳ ସାଢେ ୫ଟାରେ ଫାଶୀ ପାଇଁ ଗତକାଲି ଡେଥ୍‌ ଓ୍ଵାରେଣ୍ଟ ଜାରି କରିଛନ୍ତି ଟ୍ରାଏଲ କୋର୍ଟ। ଏହା ପୂର୍ବରୁ ତିନି ଥର ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଏହା ଉପରେ ବ୍ରେକ୍‌ ଲାଗିଥିଲା। ଦୋଷୀମାନେ ଡେଥ୍‌ ଓ୍ଵାରେଣ୍ଟର କାର୍ଯ୍ୟକାରିତା ପୂର୍ବରୁ ଆଇନ୍‌ର ଗଳାବାଟ ଖୋଜି ନେଇଥିଲେ। ୪ ଦୋଷୀଙ୍କ ସମସ୍ତ ଆଇନଗତ ବିକଳ୍ପ ଶେଷ ହେବା ପରେ ଗତକାଲି ଚତୁର୍ଥ ଥର ପାଇଁ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.