ମାର୍ଚ୍ଚ ୨୦ରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟାଙ୍କ ଚାରି ଦୋଷୀ, ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଜାରି କଲେ ନୂଆ ଡେଥ୍‌ ଓ୍ଵାରେଣ୍ଟ

ନୂଆଦିଲ୍ଲୀ: ମାର୍ଚ୍ଚ ୨୦ରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟାଙ୍କ ଚାରି ଦୋଷୀ । ସକାଳା ସାଢ଼େ ୫ଟାରେ ସେମାନଙ୍କୁ ଫାଶୀ ଦିଆଯିବ । ଜାରି ହେଲା ନୂଆ ଡେଥ୍‌ ଓ୍ଵାରେଣ୍ଟ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ନୂଆ ଫାଶୀ ତାରିଖ ଘୋଷଣା କରିଛନ୍ତି । ଆଜିଠାରୁ ପୁଣି ଥରେ ଜୀବନର ଦିନ ଗଣିବା ଆରମ୍ଭ କରିଛନ୍ତି ମୁକେଶ ସିଂ, ବିନୟ ଶର୍ମା, ଅକ୍ଷୟ ଓ ପଓ୍ଵନ ଗୁପ୍ତା । ଏସମସ୍ତଙ୍କର ଆଇନଗତ ବିକଳ୍ପ ଶେଷ ହୋଇଛି ।

Nirbhaya୨୦୧୨, ଡିସେମ୍ବର ୧୬ ତାରିଖ । ଦିଲ୍ଲୀରେ ଚଳନ୍ତା ବସରେ ନିର୍ଭୟାଙ୍କୁ ଦୁଷ୍କର୍ମ କରିଥିଲେ ୬ ଅଭିଯୁକ୍ତ । ପରେ ଅତି ନିର୍ମମ ଭାବରେ ଚଳନ୍ତା ବସରୁ ଠେଲିଦେଇଥିଲେ । ୧୩ ଦିନ ଧରି ଜୀବନ ସହ ସଂଘର୍ଷ କରି ହାରି ଯାଇଥିଲେ ନିର୍ଭୟା । ଅଭିଯୁକ୍ତଙ୍କ ଭିତରେ ଥିଲେ ଜଣେ ନାବାଳକ । ଆଉ ଜଣେ ଅଭିଯୁକ୍ତ ରାମ ସିଂ ଫାଶୀ ଦଣ୍ଡାଦେଶ ପରେ ଆତ୍ମହତ୍ୟା କରିଥିଲେ । ଫାଶୀ ଅପେକ୍ଷାରେ ଥିଲେ ଅକ୍ଷୟ, ମୁକେଶ, ବିନୟ, ପଓ୍ଵନ । ପୂର୍ବରୁ ତିନି ଥର ଫାଶୀ ତାରିଖ ଧାର୍ଯ୍ୟ ହୋଇଥିଲେ ବି ଘୁଞ୍ଚିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.