ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଦିଆଯିବ କି ଫାଶୀ ? କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି । ଆସନ୍ତା ୧୩ ତାରିଖରେ ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ଏହାସହ କୋର୍ଟ କହିଛନ୍ତି, ଡେଥ୍ ଓ୍ଵାରେଣ୍ଟ ପାଇଁ ଟ୍ରାଏଲ କୋର୍ଟ ଯାଅ । ଅର୍ଥାତ ନୂଆ ଡେଥ୍ ଓ୍ଵାରେଣ୍ଟ ପାଇଁ ପଟିଆଲ୍ ହାଉସ କୋର୍ଟରେ ଆବେଦନ ପାଇଁ କହିଛନ୍ତି ସୁପ୍ରିମକୋର୍ଟ । ଏହାସହ ସମସ୍ତ ଦୋଷୀ, ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଜାରି ହୋଇଛି ନୋଟିସ୍ । ଅଲଗା ଅଲଗା ଫାଶୀ ଉପରେ ପୂର୍ବରୁ କେନ୍ଦ୍ର ସରକାର କରିଥିବା ଆବେଦନକୁ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । କେନ୍ଦ୍ର ସରକାର ଯୁକ୍ତି ବାଢିଥିଲେ, ଏକ ସଙ୍ଗେ ଫାଶୀ ଦେବା ନେଇ ଆଇନରେ କୌଣସି ବାଧ୍ୟବାଧକତା ନାହିଁ । ତେଣୁ ଯେଉଁ ଦୋଷୀଙ୍କ ଆଇନଗତ ପ୍ରକ୍ରିୟା ସରି ଯାଇଛି, ସେମାନଙ୍କୁ ଫାଶୀ ଦେବାରେ କୌଣସି ବାଧା ନାହିଁ । ସେପଟେ ମର୍ସି ପିଟିସନ ଖାରଜକୁ ଏସିରେ ଚ୍ୟାଲେଞ୍ଜ କରିଛି ଦୋଷୀ ବିନୟ ଶର୍ମା । ପୂର୍ବରୁ ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଖାରଜ କରିଛନ୍ତି ।