ନିର୍ଭୟା ଦୋଷୀ ୨୩ ଥର ଉଲ୍ଲଂଘନ କରିଥିଲେ ଜେଲ୍‌ ନିୟମ! ରୋଜଗାର କରିଛନ୍ତି ୧ ଲକ୍ଷରୁ ଅଧିକ ଟଙ୍କା

ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ୧ ସପ୍ତାହ ପରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯିବ। ବିଗତ ୭ ବର୍ଷ ଧରି ତିହାର ଜେଲ୍‌ରେ ବନ୍ଦୀ ଜୀବନ ବିତାଇବା ସମୟରେ ଅକ୍ଷୟ ଠାକୁର ସିଂ, ମୁକେଶ, ପବନ ଗୁପ୍ତା ଓ ବିନୟ କୁମାର ୧.୩୭ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ତେବେ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ ଏହି ଦୋଷୀମାନେ ୨୩ଥର ଜେଲ୍‌ ନିୟମ ଉଲ୍ଲଂଘନ କରିଛନ୍ତି। ସେମାନଙ୍କ ମଧ୍ୟରୁ ବିନୟ ସର୍ବାଧିକ ଥର ଜେଲ୍‌ ନିୟମ ମାନିନାହାନ୍ତି, ଯେଉଁଥିପାଇଁ ତାଙ୍କୁ ୧୧ଥର ଦଣ୍ଡ ମିଳିଛି। ସେହିପରି ଅକ୍ଷୟ ଥରେ, ମୁକେଶ ୩ ଥର ଏବଂ ପବନ ୮ ଥର ନିୟମ ଉଲ୍ଲଂଘନ କରିଛନ୍ତି।

ସୂତ୍ର ମୁତାବକ, ୭ ବର୍ଷ ଭିତରେ ମୁକେଶ ମଜୁରୀ ଖଟିବାକୁ ମନା କରିଦେଇଥିଲେ। ସେଠି ଅକ୍ଷୟ ୬୯ ହଜାର ଟଙ୍କା, ପବନ ୨୯ ହଜାର ଟଙ୍କା ଏବଂ ବିନୟ ୩୯ ହଜାର ଟଙ୍କା ରୋଜଗାର କରିଥିଲେ।

n4

ରାଷ୍ଟ୍ରପତିଙ୍କୁ ୟାଚିକା ପଠାଇଥିଲେ ମୁକେଶ ସିଂ

୨୦୧୬ରେ ୩ ଦୋଷୀ ମୁକେଶ, ପବନ ଓ ଅକ୍ଷୟ ୧୦ମ ଶ୍ରେଣୀରେ ଆଡ୍‌ମିଶନ ନେଇଥିଲେ, କିନ୍ତୁ ପରୀକ୍ଷା ପାସ୍‌ କରିପାରି ନ ଥିଲେ। ବିନୟ ୨୦୧୫ରେ ସ୍ନାତକରେ ପ୍ରବେଶ କରିଥିଲେ, କିନ୍ତୁ ସେ ମଧ୍ୟ ନିଜ ପାଠପଢ଼ା ପୂରା କରିପାରି ନ ଥିଲେ। ଦୋଷୀମାନଙ୍କ ପରିବାରବର୍ଗଙ୍କୁ ଫାଶୀ ପୂର୍ବରୁ ଦୁଇଥର ଭେଟିବା ପାଇଁ ଅନୁମତି ଦିଆଯାଇଛି। ବିନୟ ସବୁଠାରୁ ଅଧିକ ଅସ୍ଥିର ଥିବା ଜଣାପଡ଼ିଛି। ତାଙ୍କ ବାପା ମଙ୍ଗଳବାର ତାଙ୍କୁ ଭେଟିବା ପାଇଁ ଆସିଥିଲେ।

n2

ସେପଟେ ନିର୍ଭୟାଙ୍କ ମା’ ମଙ୍ଗଳବାର କହିଥିଲେ, ‘ମୋର ପୂରା ଆଶା ଥିଲା ଯେ ଦୋଷୀମାନଙ୍କ ସୁଧାରାତ୍ମକ ୟାଚିକା ଖାରଜ ହୋଇଯିବ। ଆଉ ଏହା ହେବାର ହିଁ ଥିଲା। ସେ ତୃତୀୟ ଥର ପାଇଁ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ୪ ଦୋଷୀ ଯାହା ବି ୟାଚିକା ଦାୟର କରନ୍ତୁ, ଆମେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛୁ। ଆମକୁ ଲାଗୁଛି, ୨୨ ଜାନୁୟାରୀରେ ସେମାନେ ନିଶ୍ଚିତ ଫାଶୀ ଖୁଣ୍ଟରେ ଝୁଲିବେ। ଏମିତି ଆମେ ଚାହୁଁଛୁ’ ବୋଲି ନିର୍ଭୟାଙ୍କ ମା’ କହିଥିଲେ।

n7

ନିର୍ଭୟା କାଣ୍ଡର ୪ ଦୋଷୀଙ୍କୁ ତିହାରର ୩ ନମ୍ବର ଜେଲ୍‌ରେ ଫାଶୀ ଦିଆଯିବ। ୭ ଜାନୁୟାରୀରେ ସେମାନଙ୍କୁ ଡେଥ୍‌ ଓ୍ଵାରେଣ୍ଟ ଜାରି ହୋଇଥିଲା। ବିନୟ ଓ ମୁକେଶ ୯ ଜାନୁୟାରୀରେ କୋର୍ଟରେ ସୁଧାରାତ୍ମକ ୟାଚିକା ଦାୟର କରିଥିଲେ। ନ୍ୟାୟାଳୟ ଏହାକୁ ଖାରଜ କରିଦେବାରୁ ମୁକେଶ ତୁରନ୍ତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖରେ ରାଜକ୍ଷମା ଲାଗି ଆବେଦନ କରିଥିଲେ। ଡେଥ୍‌ ଓ୍ଵାରେଣ୍ଟ ରଦ୍ଦ କରିବାକୁ ମୁକେଶ ଦିଲ୍ଲୀ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.