ଫାଶୀ ପରେ ନିର୍ଭୟାଙ୍କ ପୈତୃକ ଗାଁରେ ଖେଳିଲା ଖୁସିର ମାହୋଲ, ମିଠା ଖୁଆଇ କଲେ ସେଲିବ୍ରେସନ

ବିଳମ୍ବିତ ରାତିରେ ସୁପ୍ରିମ କୋର୍ଟଙ୍କ ଆଦେଶ ପରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଜଣ ଦୋଷୀ ଅକ୍ଷୟ, ମୁକେଶ, ବିନୟ ଓ ପବନଙ୍କୁ ଦିଲ୍ଲୀ ସ୍ଥିତ ତିହାର ଜେଲ ଆଜି ରାତି ୫ ଟା ୩୦ ମିନିଟରେ ଫାଶୀ ଦିଆଯାଇଛି । ଫାଶୀ ପରେ ପରେ ହିଁ ଉତ୍ତରପ୍ରଦେଶ ରାଜ୍ୟର ବାଲିଆ ଜିଲ୍ଲା ନାହରୀ ଥାନା ଅନ୍ତର୍ଗତ କ୍ଷେତ୍ରରେ ଅବସ୍ଥିତ ନିର୍ଭୟାଙ୍କ ପୈତୃକ ଗ୍ରାମରେ ଏକ ପ୍ରକାର ଖୁସିର ମାହୋଲ ଖେଳି ଯାଇଛି । ସେପଟେ ଏକ ଖବର ସରବରାହ ସଂସ୍ଥା ସହ ସାକ୍ଷାତ୍କାର ସମୟରେ ନିର୍ଭୟାଙ୍କ ପିତା ଏହି ଦିନ ଟିକୁ ପ୍ରତିବର୍ଷ ନିର୍ଭୟା ଦିବସ ରୂପେ ପାଳନ କରିବା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ।

new nirbhaya

ନିଜ ପ୍ରତିକ୍ରିୟାରେ ସେ ଏହା ମଧ୍ୟ କହିଛନ୍ତି ଯେ, ବିଳମ୍ବରେ ହେଉ ପଛକେ ଆମକୁ ଉଚିତ ନ୍ୟାୟ ମିଳିଛି । ଏବେ ସରକାର ବି ନିଜ କାମ କରନ୍ତୁ । ସରକାରଙ୍କ ତରଫରୁ ନିର୍ଭୟାଙ୍କ ନାଁରେ କରାଯାଇଥିବା ସମସ୍ତ ଘୋଷଣା ଗୁଡିକୁ ପୂରା କରାଯାଇଛି । ଅନ୍ୟ ଏକ ଘୋଷଣା ଅନୁଯାୟୀ ଗାଁର ହସ୍ପିଟାଲ ନିର୍ମାଣ କାମ ଅଧୁରା ଥିବା ବେଳେ ଗାଁର ସଡକ ନିର୍ମାଣ କାମକୁ ମଧ୍ୟ ଅଧୁରା ରଖାଯାଇଛି । ଏହା ସହ ପରିବାରର ୫ ଜଣଙ୍କୁ ସରକାରୀ ଚାକିରୀ କରାଇଦେବାର ଘୋଷଣାକୁ ମଧ୍ୟ ପୂରା କରାଯାଇନାହିଁ । ନିର୍ଭୟାଙ୍କ ପୈତୃକ ଗାଁର ସମାଜସେବୀ ଅଶ୍ୱିନୀ ପଂଡେୟାଙ୍କ ଅନୁଯାୟୀ ଫାଶୀ ଦିନର ପୂର୍ବରୁ ରଙ୍ଗ ଓ ମିଠା ଆଦି କିଣି ଉତ୍ସବ ପାଳନର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ।

ସକାଳେ ସେହି ଦୁଷ୍କର୍ମକାରୀ ମାନଙ୍କୁ ଫାଶୀ ଦଣ୍ଡ ହେବା ପରେ ଗାଁରେ ଉତ୍ସବର ମହଲ ଖେଳି ଯାଇଥିଲା । ଗାଁ ଲୋକଙ୍କ ଅନୁଯାୟୀ ଆମେ ଏହି ସମୟ କାହିଁ କେଉଁ କାଳରୁ ଅପେକ୍ଷା କରିଥିଲୁ । ଶେଷରେ ସେହି ଖୁସିର ମୁହୂର୍ତ୍ତ ଆସିଛି । ସୂଚନା ପାଇବା କ୍ଷଣି ହିଁ ଗାଁରେ ହୋଲି ଖେଳ ହୋଇ ଉତ୍ସବର ମାହୋଲ ଖେଳିଯାଇଥିଲା । ଏହା ସହ ସମସ୍ତ ଦୂକର୍ମର ଅନ୍ତ ଯେ ଏମିତି ହିଁ ହୋଇଥାଏ ସେହି ସନ୍ଦେଶ ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.