ନିର୍ଭୟା ଦୋଷୀଙ୍କ ସାଂଘାତିକ ଅଭିଯୋଗ, ଜେଲ୍‌ ଭିତରେ ମୁକେଶଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ କରାଯାଇଥିଲା ବାଧ୍ୟ

ନିର୍ଭୟା ଗଣଦୁଷ୍କର୍ମର ଦୋଷୀ ମୁକେଶ ସୁପ୍ରିମ କୋର୍ଟରେ ଶୁଣାଣି ବେଳେ ଏକ ସାଂଘାତିକ ଅଭିଯୋଗ କରିଛି। ସେ କହିଛି ଯେ ତିହାର ଜେଲରେ ମାମଲାର ଅନ୍ୟ ଜଣେ ଅଭିଯୁକ୍ତଙ୍କ ସହ ଜବରଦସ୍ତ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା। ସୂଚନାଯୋଗ୍ୟ ଯେ ମୁକେଶ ଫେବ୍ରୁଆରୀ ୧ର ଡେଥ୍‌ ଓ୍ଵାରେଣ୍ଟକୁ ଟାଳିବା ଓ ରାଜକ୍ଷମା ପ୍ରାର୍ଥନା ଖାରଜ ହେବା ବିରୋଧରେ ଗୁହାରୀ କରିଥିଲେ। କୋର୍ଟରେ ସେ ନେଇ ଶୁଣାଣି ଚାଲିଛି।

 

Image result for Nirbhaya

ମୁକେଶଙ୍କ ସହ ସେକ୍ସ କରିବାକୁ ବାଧ୍ୟ କରାଯାଇଥିଲା:

ରିପୋର୍ଟ ମୁତାବକ ମୁକେଶଙ୍କ ଓକିଲ ଅଞ୍ଜନା ପ୍ରକାଶ ଦାବି କରିଛନ୍ତି ଯେ ମୁକେଶଙ୍କୁ ନିର୍ଭୟାର ଅନ୍ୟତମ ଅଭିଯୁକ୍ତ ଅକ୍ଷୟଙ୍କ ସହ ଯୌନ ସମ୍ବନ୍ଧ ରଖିବାକୁ ବାଧ୍ୟ କରାଯାଇଥିଲା। ଓକିଲଙ୍କ କହିବାନୁସାରେ ଜେଲକୁ ଆସିବା ପରେ ତାଙ୍କୁ ଅନେକ ଥର ମାଡ଼ ମଧ୍ୟ ମରାଯାଇଛି।

Image result for mukesh akshaya

ସୂଚନାଯୋଗ୍ୟ ଯେ ନିର୍ଭୟା କେସ୍‌ରେ ୬ ଜଣ ଦୋଷୀ ଥିଲେ। ସେମାନଙ୍କ ମଧ୍ୟରେ ରାମ ସିଂହ ଜେଲରେ ଆତ୍ମହତ୍ୟା କରିଥିଲା। ଅନ୍ୟ ଜଣେ ନାବାଳକ ନିଜ ସଜ୍ଜା କାଟି ବାହାରକୁ ବାହାରି ସାରିଲାଣି। ଅନ୍ୟ ୪ ଜଣ ପବନ ଗୁପ୍ତା, ରାମ ସିଂହର ଭାଇ ମୁକେଶ ସିଂହ, ବିନୟ ଶର୍ମା ଓ ଅକ୍ଷୟ ଠାକୁରଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। ପୂର୍ବରୁ ଫାଶୀ ପାଇଁ ୨୨ ଜାନୁୟାରୀ ତାରିଖକୁ ସ୍ଥିର କରାଯାଇଥିଲା। କିନ୍ତୁ ପରେ ତାହା ଫେବ୍ରୁଆରୀ ୧କୁ ପରିବର୍ତ୍ତିତ ହୋଇଛି। ଏଣୁ ଆସନ୍ତା ୧ ତାରିଖରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ମିଳିବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.