ନିର୍ମଳା ସୀତାରମଣଙ୍କ ହାତରେ ଦେଶର ଭଣ୍ଡାର ଚାବି, ହେଲେ ପ୍ରଥମ ମହିଳା ଅର୍ଥମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଭାବରେ ଦ୍ବିତୀୟ ଥର ପାଇଁ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋଦିଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗତକାଲି ଆରମ୍ଭ ହୋଇଛି ମୋଦି ସରକାରଙ୍କ ଦ୍ବିତୀୟ ଇନିଂସ। ମୋଦିଙ୍କ ସହିତ ୨୪ ଜଣ କ୍ୟାବିନେଟ ମନ୍ତ୍ରୀ, ୯ ଜଣ ସ୍ବାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି।

ବହୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗ ନିର୍ମଳା ସୀତାରମଣଙ୍କୁ ପ୍ରଦାନ କରାଯାଇଛି । ଏହାସହ ସେ ପ୍ରଥମ ମହିଳା ଅର୍ଥ ମନ୍ତ୍ରୀ ହୋଇଛନ୍ତି । ମୋଦି ସରକାରଙ୍କ ଗତ କାର୍ଯ୍ୟକାଳରେ ସେ ପ୍ରଥମ ମହିଳା ରକ୍ଷାମନ୍ତ୍ରୀ ହୋଇଥିଲେ । ତେବେ ପୂର୍ବରୁ ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ବେଳେ କିଛି ସମୟ ପାଇଁ ଅର୍ଥ ଏବଂ ପ୍ରତିରକ୍ଷା ବିଭାଗ ନିଜ ହାତରେ ରଖିଥିଲେ । କିନ୍ତୁ ୫ ବର୍ଷ ପାଇଁ ଏବେ ନିର୍ମଳା ସୀତାରମଣଙ୍କ ହାତରେ ଫୁଲ୍ ଟାଇମ୍ ରହିବ ଅର୍ଥବିଭାଗ ।

ନିର୍ମଳାଙ୍କ ପୂର୍ବରୁ ଏହି ବିଭାଗ ଅରୁଣ ଜେଟଲୀଙ୍କ ହାତରେ ଥିଲା । ତେବେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆଉ ମନ୍ତ୍ରୀ ନହେବା ପାଇଁ ମୋଦିଙ୍କୁ ସେ ଅରୁରୋଧ କରିଥିଲେ । ଏହା ପରେ କିଏ ହେବ ଅର୍ଥମନ୍ତ୍ରୀ ସେ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଏହି ରେସରେ ଆଗରେ ଥିଲା ପିୟୁଷ ଗୋୟଲଙ୍କ ନାଁ । କିନ୍ତୁ ମୋଦି ତାଙ୍କୁ ରେଳ ମନ୍ତ୍ରାଳୟର ଦାୟିତ୍ବ ଦେଇଥିଲେ । ଆଉ ନିର୍ମଳା ସୀତାରମଣଙ୍କୁ ଦେଇଥିଲେ ଦେଶର ଭଣ୍ଡାର ଚାବି ।

ତାମିଲନାଡୁର ମଦୁରାଇରେ ଜନ୍ମ ନେଇଥିବା ନିର୍ମଳା ସୀତାରମଣ ନିଜ ସ୍କୁଲ ଶିକ୍ଷା ତିରୁଚିରପଲ୍ଲୀରେ ସମାପ୍ତ କିରଥିଲେ । ଏହାପରେ ସେ ସୀତାଲକ୍ଷ୍ମୀ କଲେଜରେ ଇକୋନୋମିକ୍ସରେ ବିଏ ପଢିଥିଲେ । ପରେ ସେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଡିଗ୍ରୀ କରିଥିଲେ । ନିର୍ମଳା ସୀତାରମଣଙ୍କ ବାପା ଜଣେ ରେଲୱେ କର୍ମଚାରୀ ଥିଲେ ।

KNews Bureau

Recent Posts

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

8 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

21 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

22 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago