ପିଏମ୍ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନା ଘୋଷଣା କଲେ ଅର୍ଥମନ୍ତ୍ରୀ, ମିଳିବ ୩୦୦ ୟୁନିଟ୍ ମାଗଣା ବିଜୁଳି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ବଜେଟ୍ ୨୦୨୪-୨୫ ଉପସ୍ଥାପନ କରିଛନ୍ତି । ନିଜ ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ ସୋଲାର ଶକ୍ତି ଉପରେ ଆଧାରିତ ଏକ ସ୍ୱତନ୍ତ୍ର ପିଏମ୍ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନା ଘୋଷଣା କରିଛନ୍ତି । ମାଗଣା ସୌର ବିଦ୍ୟୁତ୍ ଯୋଜନା ସମ୍ପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନା ଆରମ୍ଭ ହୋଇଛି । ଏହା ଅଧୀନରେ ଛାତ ଉପରେ ସୌର ପ୍ୟାନେଲ୍ ଲଗାଯିବ, ଯାହାଦ୍ୱାରା ୧ କୋଟି ପରିବାରକୁ ପ୍ରତ୍ୟେକ ମାସରେ ୩୦୦ ୟୁନିଟ୍ ଯାଏ ମାଗଣା ବିଦ୍ୟୁତ୍ ମିଳିପାରିବ ।