ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା NISAR, ଏବେ ଭୂକମ୍ପ ଏବଂ ସୁନାମୀ ହେବା ପୂର୍ବରୁ ମିଳିବ ସୂଚନା

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା NISAR । ଅପରାହ୍ନ ୫.୪୦ରେ ସଫଳତାପୂବକ ଉତକ୍ଷେପଣ ହୋଇଛି । ଏହାକୁ ନାସା ଓ ଇସ୍ରୋର ମିଳିତ ଉଦ୍ୟମରେ ଲଞ୍ଚ କରାଯାଇଛି ।

ଜିଏସଏଲଭି-ଏଫ୧୬ ରକେଟ୍ ଦ୍ବାରା ସାଟେଲାଇଟ୍ ‘ନିସାର’ର ଉତକ୍ଷେପଣ କରାଯାଇଛି। ଭୂପୃଷ୍ଠରୁ ୭୪୩ କିଲୋମିଟର ଉଚ୍ଚରେ ପୃଥିବୀର ଚକ୍କର କାଟିବ ନିସାର । ୧୨ ଦିନରେ ୧,୨୭୩ର ପୃଥିବୀର ଚକ୍କର କାଟିବ ନିସାର ସାଟେଲାଇଟ୍ । ଆଉ ଏତିକି ସମୟ ଭିତରେ ଭୂପୃଷ୍ଠର ପ୍ରତ୍ୟେକ ଇଞ୍ଚର ମ୍ୟାପ୍ ପ୍ରସ୍ତୁତ କରି ତଥ୍ୟ ପଠାଇବ ।

Also Read : ଆଜି ନାସା ଓ ଇସ୍ରୋର ମିଳିତ ଉଦ୍ୟମରେ ଲଞ୍ଚ ହେବ ‘ନିସାର’ ସାଟେଲାଇଟ୍