ରାଜ୍ୟ ସରକାରଙ୍କ 5Tକୁ ନୀତି ଆୟୋଗଙ୍କ ପ୍ରଶଂସା, 5T କାର୍ଯ୍ୟକାରୀ ହେବା ପରେ ରାଜ୍ୟରେ ଆସିଛି ପରିବର୍ତ୍ତନ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ସରକାରଙ୍କ 5Tକୁ ନୀତି ଆୟୋଗଙ୍କ ପ୍ରଶଂସା। ପ୍ରଶାସନରେ ସ୍ୱଚ୍ଛତା ଓ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଟ୍ରାନ୍‌ସଫର୍ମେସନ, ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟ୍ରାନ୍‌ସପରେନ୍‌ସି ଓ ଟାଇମଲାଇନକୁ ଦେଶର ସର୍ବୋଚ୍ଚ ଯୋଜନା ପ୍ରସ୍ତୁତକାରୀ ସଂସ୍ଥା ନୀତି ଆୟୋଗ ପ୍ରଶଂସା କରିଛନ୍ତି। 5T କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ପରିବର୍ତ୍ତନ ଆସିଥିବା କୁହାଯାଇଛି। ଏହା ଲାଗୁ ହେବା ପରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିଛି। ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ ପ୍ରତି ଅଧିକ ଆଗ୍ରହ ପ୍ରକାଶ ମଧ୍ୟ କରୁଛନ୍ତି। ଏହା ସହ ଶିକ୍ଷାଦାନର ମାନ ବୃଦ୍ଧି ହେବା ସହ ବିଦ୍ୟାଳୟରେ ଶୈକ୍ଷିକ ପରିବେଶ ସୃଷ୍ଟି ହୋଇଛି। ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T କାର୍ଯ୍ୟକାରୀ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.