ନୂଆ ବାଇକ୍ ସହିତ ଯାତ୍ରୀଙ୍କୁ ଦୁଇଟି ISI ସାର୍ଟିଫାଏଡ ହେଲ୍‌ମେଟ୍ ବିକ୍ରି କରିବାକୁ ସରକାରଙ୍କ ନିର୍ଦ୍ଦେଶ

ବାଇକ୍ କିଣିବାକୁ ଗଲେ ମାଗଣାରେ ମିଳିବ ଦୁଇଟି ISI ସାର୍ଟିଫାଏଡ୍ ହେଲମେଟ୍ । ବାଇକ୍ କମ୍ପାନୀ ଗାଡ଼ି ସହିତ ଯାତ୍ରୀଙ୍କୁ ଦୁଇଟି ISI ସାର୍ଟିଫାଏଡ ହେଲ୍‌ମେଟ୍ ବିକ୍ରି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ ଦିଲ୍ଲୀର ହୋଇଥିବା ଏକ ଅଟୋ ସମ୍ମଳନୀରେ କେନ୍ଦ୍ର ସଡ଼କ ପରିହନ ମନ୍ତ୍ରୀ ନୀତିନ ଗଡ଼କରି ଏହି ଘୋଷଣା କରିଛନ୍ତି ।

କମ୍ପାନୀଙ୍କୁ ମୋଟରସାଇକେଲ ସହିତ ଯାତ୍ରୀମାନଙ୍କୁ ଦୁଇଟି ହେଲ୍‌ମେଟ ଦେବାକୁ ଟୁ-ହ୍ୱିଲର ମ୍ୟାନୁଫେକ୍ଚର୍ସ ଆସୋସିଏସନ ଅଫ୍ ଇଣ୍ଡିଆ (ଟିଏଚଏମଏ) ବହୁ ଦିନରୁ ଦାବି କରି ଆସୁଥିଲା । ଯାହାକୁ ଏବେ କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନ ମିଳିଛି ।

କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣାକୁ ପ୍ରଶଂସା କରି ଟିଏଚଏମଏର ଅଧ୍ୟକ୍ଷ ରାଜୀବ କପୁର କହିଛନ୍ତି “ଏହା କେବଳ ଏକ ନିୟମ ନୁହେଁ; ଏହା ଏକ ଜାତୀୟ ଆବଶ୍ୟକତା । ଏଭଳି ନିର୍ଦ୍ଦେଶ ଭବିଷ୍ୟତରେ ଏହି କ୍ଷତିକୁ ରୋକିପାରିବ ବୋଲି ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇଥିବା ପରିବାର ମଧ୍ୟରେ ଆଶା ସଂଚାର କରିଛି ।”

ଭାରତରେ ପ୍ରତିବର୍ଷ ୪,୮୦,୦୦୦ରୁ ଅଧିକ ସଡ଼କ ଦୁର୍ଘଟଣା ଘଟୁଛି । ଏଥିରେ ୧,୮୮,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ତେବେ ପ୍ରତିବର୍ଷ ଦୁଇଚକିଆ ଯାନ ଦୁର୍ଘଟଣାରେ ୬୯,୦୦୦ ରୁ ଅଧିକ ଲୋକଙ୍କର ପ୍ରାଣ ଯାଉଛି । ଦୁଇ ଚକିଆ ଯାନ ଦୁର୍ଘଟଣାରେ ପ୍ରାଣ ହରାଉଥିବା ମୋଟ ମୃତ୍ୟୁ ସଂଖ୍ୟାରୁ ୫୦% ହେଲମେଟ ପିନ୍ଧି ନଥିବାରୁ ହେଉଛି ।

ସୂଚନାଯୋଗ୍ୟ, ଭାରତ ସରକାର ୧୯୯୮ ମୋଟର ବାହନ ଅଧିନିୟମରେ ପରିବର୍ତ୍ତନ କରିଛନ୍ତି । ହେଲମେଟ ପିନ୍ଧିବା ପାଇଁ ୨୦୦୦ ଟଙ୍କାର ଚାଲାଣ କଟିପାରେ । ପ୍ରକୃତ ମୋଟର ଯାନ ଅଧିନିୟମ ଅନୁଯାୟୀ ଯଦି ଆପଣ ମୋଟରସାଇକେଲ, ସ୍କୁଟର ଚଲାଇବା ସମୟରେ ହେଲମେଟ ପିନ୍ଧୁ ନାହାଁନ୍ତି ତେବେ ନୂଆ ନିୟମ ଅନୁସାରେ 194D MVAରେ ୧୦୦୦ ଟଙ୍କା ଏବଂ ଯଦି ଆପଣ ତ୍ରୁଟିପୂର୍ଣ୍ଣ ହେଲମେଟ ପିନ୍ଧିଛନ୍ତି (BIS ବିନା) ତେବେ 194D MVA ଅନୁଯାୟୀ ୧୦୦୦ ଟଙ୍କା କଟାଯାଇପାରିବ । ଏଭଳି ପରିସ୍ଥିତିରେ, ହେଲମେଟ ପିନ୍ଧିବା ସତ୍ତ୍ୱେ ଯଦି ନୂତନ ନିୟମ ପାଳନ ନକରନ୍ତି ତେବେ ୨୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ ।

Also Read : ହିମାଚଳ କୁଲ୍ଲୁରେ ଭୂସ୍ଖଳନ, କାର୍ ଉପରେ ଗଛ ପଡ଼ି ୬ ମୃତ