ଭାରତର ପ୍ରଥମ ହାଇଡ୍ରୋଜେନ୍‌ କାରରେ ବସି ସଂସଦ ଆସିଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ଖୁବ୍‌ଶୀଘ୍ର ଆପଣ ବି ଚଳାଇପାରିବେ

ଖୁବ୍‌ଶୀଘ୍ର ଭାରତୀୟ ରାସ୍ତାରେ ଗଡ଼ିବ ହାଇଡ୍ରୋଜେନ୍‌ କାର। ବହୁ ପ୍ରତୀକ୍ଷିତ ପ୍ରଥମ ହାଇଡ୍ରୋଜେନ୍‌ କାର ଭାରତରେ ନିଜ ଯାତ୍ରା ଆରମ୍ଭ କରିଛି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ୍‌ ଗଡ଼କରୀ ଆଜି ଏଥିରେ ଯାତ୍ରା କରିଛନ୍ତି।

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଆଜି ହାଇଡ୍ରୋଜେନ୍‌ ବି ଉଦ୍‌ଜାନ ଚାଳିତ କାରରେ ବସି ସଂସଦରେ ପହଞ୍ଚିଛନ୍ତି। ସ୍ୱଚ୍ଛ ଇନ୍ଧନଚାଳିତ ଏହି କାର ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହା କାରକୁ ଟୋୟୋଟା କମ୍ପାନୀର ପାଇଲଟ୍‌ ପ୍ରୋଜେକ୍ଟ ଭାବେ ନିର୍ମାଣ କରାଯାଇଛି। ଏଥିରେ ଆଡଭାନ୍ସ ଫ୍ୟୁଲ ସେଲ୍‌ ଲଗାଯାଇଛି। ଏହି ଆଡଭାନ୍ସ ସେଲ୍‌ ଅକ୍ସିଜେନ୍‌ ଓ ହାଇଡ୍ରୋଜେନ୍‌ର ମିଶ୍ରଣରେ ବିଜୁଳି ସୃଷ୍ଟି କରିଥାଏ। ଏହି ଇଲେକ୍ଟ୍ରିରେ କାର ଚାଲିଥାଏ। ଏହି କାରଣରୁ ବର୍ଜ୍ୟ ରୂପେ ଧୂଆଁ ବଦଳରେ କେବଳ ପାଣି ନିର୍ଗତ ହୋଇଥାଏ।

ନୀତିନ ଗଡ଼କରୀ କହିଛନ୍ତି, ଏହି କାର୍‌ ସମ୍ପୂର୍ଣ୍ଣ ରୂପେ ପରିବେଶ ଅନୁକୂଳ। ଏହା ଦ୍ୱାରା ବାୟୁ ପ୍ରଦୂଷଣ ହୋଇନଥାଏ। ସେ କହିଛନ୍ତି, ଏହି କାର ହେଉଛି ଭାରତର ଭବିଷ୍ୟତ। ପେଟ୍ରୋଲ ଓ ଡିଜେଲ ଚାଳିତ କାର ଯୋଗୁ ପ୍ରଦୂଷଣର ମାତ୍ରା ବଢ଼ୁଛି। କିନ୍ତୁ ଏହି ହାଇଡ୍ରୋ ଫ୍ୟୁଲ ସେଲ୍‌ କାର ଯୋଗୁ ବାୟୁ ପ୍ରଦୂଷଣ ହୁଏ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ।

Also Read: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ାଙ୍କ ସ୍ତ୍ରୀ ଓ ପୁଅଙ୍କୁ ଆୟକର ବିଭାଗର ନୋଟିସ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.