ଏଣିକି ଚାରିଚକିଆ ଯାନରେ ଲାଗିବ ୬ଟି ଏୟାରବ୍ୟାଗ: ସ୍ପଷ୍ଟ କଲେ ନିତିନ ଗଡ଼କରୀ

ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ଗତ ୩୦ ତାରିଖ ଅର୍ଥାତ ବୁଧବାର ରାଜ୍ୟସଭାରେ କହିଛନ୍ତିକି “ଦେଶରେ ନ୍ୟୁ ହ୍ୱିଲର ସେଫଟି ଆସେସମେଣ୍ଟ ପ୍ରୋଗ୍ରାମ ‘Bharat NCAP ନାଁରେ ଜଣାଯାଏ  । ଯାହାର ନୋଟିଫିକେସନ ସରକାରଙ୍କ ତରଫରୁ ଜାରି ହୋଇସାରିଛି  । ଗଡ଼କରୀଙ୍କ କହିବା ଅନୁଯାୟୀ ଅଟୋମୋବାଇଲ କମ୍ପାନୀ ମାନଙ୍କୁ Bharat NCAPର ମାନକ ଅନୁସାରେ ହିଁ ଚାରିଚକିଆ ଯାନବାହାନ ନିର୍ମାଣ କରିବା ଆବଶ୍ୟକ  । ଯାହା ସାହାଯ୍ୟରେ କାର ଯୋଗେ ହେଉଥିବା ଦୁର୍ଘଟଣା ଜନିତ ଘଟଣା ମାନଙ୍କୁ କମ କରାଯାଇ ପାରିବ । ରାଜ୍ୟସଭାରେ ବିପକ୍ଷ ଦଳର ଜଣେ ସଦସ୍ୟଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଗଡ଼କରୀ ଏମିତି କହିଥିବା ଜଣାଯାଇଛି  । ପ୍ରତିପକ୍ଷ ଜଣକ ପଚାରି ଦେଇଥିଲେକି ଦିନ କୁ ଦିନ ସଡକ ଦୁର୍ଘଟଣା ସଂଖ୍ୟା ବଢି ବଢି ଚାଲିଛି ।

ଇଣ୍ଡିଆନ ନେଶନ କ୍ରେଶ ଆଶିଷ୍ଟମେଣ୍ଟ ପ୍ରୋଗ୍ରାମ ଅନୁସାରେ ଏଣିକି ଚାରି ଚକିଆ ଯାନବାହାନରେ ୬ଟି ଏୟାରବ୍ୟାଗ ଦେବାକୁ ବାଧ୍ୟତାମୂଳକ କରାଯାଇଛି । ଏହା ସହ ଚାରି ଚକିଆରେ ୩
.୫ ସିଟ ବେଲ୍ଟ ସମେତ ସିଟ ବେଲ୍ଟ ଆଲର୍ଟ ସିଷ୍ଟମ ଦେବାକୁ ହେବ  । ଏହା ସହିତ ଆଡ଼ଲ୍ଟ ସମେତ ଚାଇଲ୍ଡ ସେଫଟି ଫିଚର୍ସ ବି ଦେବାକୁ ହେବ । ଏହା ବ୍ୟତୀତ Bharat NCAP ଅନୁଯାୟୀ ଚାରି ଚକିଆ ବାହାନାରେ ବୋନଟ ଡିଜାଇନ ବି କରାଯିବ  । ରାଜ୍ୟସଭାରେ ଦିଆଯାଇଥିବା ଏକ ରିପୋର୍ଟ ଅନୁଯାୟୀ ଦେଶରେ ପ୍ରତିବର୍ଷ ପ୍ରାୟ ୫ ଲକ୍ଷ ବାହାନ ଦୁର୍ଘଟଣାର ଶିକାର ହୋଇଥାନ୍ତି  । ଯେଉଁଥିରେ ପ୍ରାୟ ୧.୫ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାଏ  । ଆଉ ଏହି କାରଣରୁ ହିଁ ସଡକ ପରିବହନ ତଥା ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ କାର ଗୁଡିକରେ ୬ଟି ଏୟାରବ୍ୟାଗ ଦିଆଯିବାକୁ ବାଧ୍ୟତାମୂଳକ ରଖାଯାଇଛି । ଯାହା ଅଧୀନରେ ଏଣ୍ଟ୍ରି ଲେବର ଓ ଟପ ଲେବଲ କାର ଗୁଡିକରେ ୬ଟି ଏୟାରବ୍ୟାଗ ଦେବାକୁ ନିୟମରେ ଅନ୍ତର୍ଭୂକ୍ତ କରାଯାଇଛି ।

ରାଜ୍ୟସଭାରେ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ୨୦୨୦ମସିହାରେ ହୋଇଥିବା ୨୫, ୨୮୯ ଦୁର୍ଘଟଣା ମାନଙ୍କରୁ ପ୍ରାୟ ୩୦ ପ୍ରତିଶତ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ । ଯଦି ସାମ୍ନା ପଟରୁ ଗାଡି ଧକ୍କା ହୁଏ ତେବେ ୩୧ ପ୍ରତିଶତ ଲୋକଙ୍କ ଜୀବନ ଆରାମରେ ରକ୍ଷା କରାଯାଇପାରିବ ।  ଆଉ ଏମିତି କରିବା ଫଳରେ ଖର୍ଚ୍ଚ ବି ଅନେକ ଗୁଣ କମିଯିବ । ଆଉ ବହନ ନିର୍ମାଣ କ୍ଷେତ୍ରରେ ଅଧିକ ଅବସର ମିଳିପାରିବ ।

Leave A Reply

Your email address will not be published.