ଟ୍ରକ ଚାଳକଙ୍କ ପାଇଁ ଆସିବ ନୂଆ ଆଇନ, କାମ କରିବାର ସମୟ ହେବ ଧାର୍ଯ୍ୟ : ନୀତିନ ଗଡକରୀ ଦେଲେ ସୂଚନା

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ଟ୍ରକ ଡ୍ରାଇଭରଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ଟ୍ରକ ଡ୍ରାଇଭରଙ୍କ ପାଇଁ କାର୍ଯ୍ୟ ଘଣ୍ଟା ନିର୍ଦ୍ଧାରିତ କରିବା ପାଇଁ ଏକ ଆଇନ ଅଣାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଏହା ସହିତ ୨୦୨୫ ବର୍ଷ ଶେଷ ପୂର୍ବରୁ ସଡ଼କ ଦୁର୍ଘଟଣାକୁ ୫୦ ପ୍ରତିଶତ ହ୍ରାସ କରିବାକୁ ଉଦ୍ୟମ କରାଯିବ ।
ସଡକ ସୁରକ୍ଷା ସପ୍ତାହରେ ଏକ ଜନସମ୍ପର୍କ ଅଭିଯାନରେ ଅଂଶଗ୍ରହଣ କରି କହିଛନ୍ତି, ସଡକ ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ସଡ଼କ ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ ଏବଂ ସମସ୍ତ ୪E ର ସଡକ ସୁରକ୍ଷା ଇଞ୍ଜିନିୟରିଂ, ଏନଫୋର୍ସମେଣ୍ଟ, ଶିକ୍ଷା ଏବଂ ଜରୁରୀକାଳୀନ ଚିକିତ୍ସା କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯାଇଛି ।
ପ୍ରକାଶିତ ଏକ ସରକାରୀ ବିବୃତ୍ତି ଅନୁଯାୟୀ ,ମନ୍ତ୍ରୀ କହିଛନ୍ତି ଯେ ଟ୍ରକ ଡ୍ରାଇଭରମାନଙ୍କ କାର୍ଯ୍ୟ ସମୟ ସ୍ଥିର କରିବା ପାଇଁ ଏକ ଆଇନ ଅଣାଯିବ। ଏହି ବର୍ଷ ସମସ୍ତଙ୍କ ପାଇଁ ନିରାପଦ ରାସ୍ତା ପ୍ରଚାର କରିବା ପାଇଁ ମନ୍ତ୍ରଣାଳୟ ଜାନୁଆରୀ ୧୧ ରୁ ୧୭ ପର୍ଯ୍ୟନ୍ତ ସଡକ ସୁରକ୍ଷା ସପ୍ତାହ (RSWM) ପାଳନ କରାଯାଇଥିଲା। ଏହି ସପ୍ତାହରେ ମନ୍ତ୍ରଣାଳୟ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଶୋ, ବିଦ୍ୟାଳୟ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତା, ସଡ଼କ ସୁରକ୍ଷା ପ୍ରଦର୍ଶନୀ, ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ୟାନେଲ୍ ଆଲୋଚନା ସହିତ ଆୟୋଜନ କରିଥିଲା।
#सड़क_सुरक्षा_अभियान के माध्यम से हम बच्चों तक पहुंचना चाहते हैं। आज के बच्चे, कल के ‘रोड युज़र्स’ बनेंगे : श्री @SrBachchan जी#RoadSafety#SadakSurakshaAbhiyaan#RoadSafetyWeek2023 pic.twitter.com/zmTI4Vm2vW
— Office Of Nitin Gadkari (@OfficeOfNG) January 17, 2023
ତେବେ ଫେଡେରାଲ ମୋଟର କ୍ୟାରିଅର ସେଫ୍ଟି ଆଡମିନିଷ୍ଟ୍ରେସନ(FMCSA) ଅନୁସାରେ ଆମେରିକାରେ ଟ୍ରକ ଚାଳକଙ୍କ ପାଇଁ ସମୟ ରହିଛି। ତାଙ୍କ ପାଇଁ ନିୟମ ରହିଛି। ସେମାନେ ନିର୍ଦ୍ଧାରିତ ସମୟରେ ଡ୍ରାଇଭ କରିବା ପରେ ବ୍ରେକ ନିଅନ୍ତି ଏବଂ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ବିଶ୍ରାମ ନେବା ପରେ ଡ୍ରାଇଭ କରନ୍ତି । ୧୦ ଘଣ୍ଟା ଲଗାତାର ବିଶ୍ରମା କରିବା ପରେ ସେମାନେ ୧୧ ଘଣ୍ଟା ପର୍ଯ୍ୟନ୍ତ ଗାଡି ଚଲାଇପାରିବେ। ୧୪ ଘଣ୍ଟାରୁ ଅଧିକ ସମୟ ଗାଡି ଚଲାଇପାରିବେ ନାହିଁ । ଡ୍ରାଇଭର ଅତିକମରେ୮ ଘଣ୍ଟା ଡ୍ରାଇଭିଂ କରିବା ପରେ ୩୦ ମିନିଟ୍ ବିଶ୍ରାମ ନେଇପାରିବେ ।
ଯଦି ଭାରତରେ ଟ୍ରକ ଡ୍ରାଇଭରଙ୍କ ପାଇଁ ସଡକରେ ଡ୍ରାଇଭ କରିବାର ସମୟ ସୀମା ନିର୍ଦ୍ଧାରିତ କରାଯିବ। ଏମିତି କଲେ ଦୁର୍ଘଟଣା କମ୍ ହେବ। ସାଧାରଣତଃ ଡ୍ରାଇଭରଙ୍କୁ ଗୋଟେ ସ୍ଥାନରୁ ଅନ୍ୟ ଗୋଟେ ସ୍ଥାନରେ ପହଞ୍ଚିବା ପାଇଁ ଚାପ ରହିଥାଏ। ଏହି ଚକ୍କରରେ ସେମାନେ ଦ୍ରୁତ ଗତିରେ ଡ୍ରାଇଭ କରିବା ସହିତ ବିନା ବ୍ରେକରେ ଗାଡି ଚଲାଇବା ଦ୍ୱାରା ଅନେକ ସମୟରେ ଦୁର୍ଘଟଣା ହୋଇଥାଏ ।