ମଦ ବନ୍ଦ ପାଇଁ ନୀତିଶଙ୍କ ବମ୍ପର ଯୋଜନା : ଆସନ୍ତୁ, ନେଇ ଯାଆନ୍ତୁ ଲକ୍ଷେ ଟଙ୍କା

ପାଟନା : ବିହାରରେ ନୀତିଶ ସରକାର ମଦ ବନ୍ଦ ପାଇଁ ଏକ ବମ୍ପର ଯୋଜନା ଘୋଷଣା କରିଛନ୍ତି । ଶନିବାର ପାଟନାରେ ପାଳନ କରାଯାଉଥିଲା ନିଶା ମୁକ୍ତି ଦିବସ । ଏହି ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏକ ଯୋଜନା ଘୋଷଣା କରିଛନ୍ତି । ଯେଉଁଥିରେ ସେ କହିଛନ୍ତି, ମଦ ବିକ୍ରି ଛାଡନ୍ତୁ ଆଉ ନେଇ ଯାଆନ୍ତୁ ୧ ଲକ୍ଷ ଟଙ୍କା ।

ବିହାରରେ ସରକାର ସେହିମାନଙ୍କୁ ୧ ଲକ୍ଷ ଟଙ୍କା ଦେବେ ଯିଏ ମଦ ବିକ୍ରି ଛାଡି ଅନ୍ୟ ବ୍ୟବସାୟରେ ଅର୍ଥ ଲଗାଇବେ । କେବଳ ମଦ ନୁହେଁ ତାଡି ବିକ୍ରି କରୁଥିବା ବ୍ୟକ୍ତି ମଧ୍ୟ ଏହି ଯୋଜନାର ଲାଭ ନେଇପାରିବେ । ତେବେ ଅସଲ ମଦ ବେପାରୀ ଘରୁ ବାହାରନ୍ତି ନାହିଁ, ଯେଉଁମାନେ ଧରାପଡି ଗିରଫ ହୁଅନ୍ତି, ସେମାନେ ସବୁ ଗରୀବ ଲୋକ । ସେମାନେ ଏହି ଗରୀବ ଲୋକଙ୍କୁ ବାହାରକୁ ପଠାଇ ମଦ ବିକ୍ରି ଧନ୍ଦା କରିଥାନ୍ତି ।

ତେଣୁ ଗରୀବ ଲୋକଙ୍କୁ ଧରିବାର ଆବଶ୍ୟକତା ନାହିଁ । ସେମାନଙ୍କୁ ସରକାର ବେପାର କରିବାକୁ ଲକ୍ଷେ ଟଙ୍କା ଦେବେ । ତେଣୁ ଏହି ଲୋକ ମଦ ଧନ୍ଦା ଛାଡି ଅନ୍ୟ ବେପାର କରିବାକୁ ଆଗେଇ ଆସନ୍ତୁ ଓ ଲକ୍ଷେ ଟଙ୍କା ନେଇ ଯାଆନ୍ତୁ । ଯେଉଁମାନେ ତାଡି ଓ ମଦ ବିକୁଛନ୍ତି ସେମାନଙ୍କ ପାଇଁ ଏହି ଯୋଜନା ବୋଲି ନୀତିଶ ଆହ୍ଵାନ ଦେଇଥିଲେ ।

ପୂର୍ବରୁ ମିଳୁଥିଲା ୬୦ ହଜାର

ପ୍ରକାଶଯୋଗ୍ୟ ଯେ ପୂର୍ବରୁ ରାଜ୍ୟରେ ଯେଉଁମାନେ ନିଶା କାରବାର କରି ରୋଜଗାର କରୁଥିଲେ ମଦ ବନ୍ଦ ପରେ ସେମାନଙ୍କ ରୋଜଗାର ବନ୍ଦ ହୋଇଗଲା । ସେମାନଙ୍କୁ ନୂଆ ବେପାର କରିବାକୁ ସରକାର ୬୦ ହଜାର ଟଙ୍କା ଲେଖାଏଁ ଦେଇଥିଲେ । ୨୦୧୮ ମସିହାରୁ ଏହି ଯୋଜନାରେ ୧ ଲକ୍ଷ ଟଙ୍କା ଯାଏ ଦିଆଯାଉଥିଲା । ଏ ପର୍ଯ୍ୟନ୍ତ ଏହି ଯୋଜନାରେ ୪୦ ହଜାରରୁ ଅଧିକ ପରିବାରକୁ ଲାଭ ଦିଆଯାଇଛି ବୋଲି ନୀତିଶ କହିଥିଲେ ।

Leave A Reply

Your email address will not be published.