ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର, ମହାମେଣ୍ଟ ସହ ସରକାର ଗଢିବାକୁ ନିଷ୍ପତ୍ତି

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି ପରେ ସେ ରାଜ୍ୟପାଳ ଫାଗୁ ଚୌହ୍ଵାନଙ୍କୁ ଇସ୍ତଫା ଦେବା ପାଇଁ ରାଜଭବନ ପହଞ୍ଚିଥିଲେ । ଏନଡିଏ ଠାରୁ ଅଲଗା ହେବା ପରେ ନୀତୀଶ କୁମାର ମହମେଣ୍ଟ ସହ ସରକାର ଗଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।  ଏନଡିଏ ସହ ମେଣ୍ଟ ଭାଙ୍ଗିବା ସଂପର୍କରେ ନୀତୀଶ କହିଛନ୍ତି ଯେ, ଦଳର ସବୁ ବିଧାୟକ ଓ ସାଂସଦ ଏନଡିଏ ଛାଡ଼ିବା ନେଇ ସହମତି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୀତୀଶ କୁମାର ଆରଜେଡି ମୁଖ୍ୟ ତେଜସ୍ବୀ ଯାଦବଙ୍କୁ ଭେଟିଛନ୍ତି ଓ ସରକାର ଗଠନ ସମ୍ପର୍କରେ ଆଲୋଚନା କରିଥିବା କୁହାଯାଉଛି ।

ସୂଚନାଯୋଗ୍ୟ, ବିଜେପି ଓଜେଡିୟୁ ୨୦୨୦ରେ ମିଳିବ ଭାବେ ବିଧାନସଭା ନିର୍ବାଚନ ଲଢିଥିଲେ । କିନ୍ତୁ ଆରଜେଡି ସର୍ବବୃହତ ଦଳ ଭାବେ ଉଭା ହୋଇଥିଲା । କିନ୍ତୁ ବିଜେପି-ଜେଡିୟୁ ସରକାର ଗଠନ କରିଥିଲେ । ସେବେଠୁ ଉଭୟ ଦଳ ମଧ୍ୟରେ ମନାନ୍ତର ଓ ମତାନ୍ତର ବଢିଥିଲା । ଅନେକ ପ୍ରସଙ୍ଗରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ ।

Leave A Reply

Your email address will not be published.