ଜାତୀୟ ସଂଗୀତ ଗାନ ବେଳେ ଅଭିବାଦନ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଭିଡିଓ ଭାଇରଲ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପୁଣି ଚର୍ଚ୍ଚାରେ । ବିହାରରେ ଏକ କାର୍ଯ୍ୟକ୍ରମରେ ଜାତୀୟ ସଂଗୀତ ଗାନ ସମୟରେ ପାଖରେ ଠିଆ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ସଚିବ ଦୀପକ କୁମାରଙ୍କୁ ବାରମ୍ବାର କିଛି କହି ଡାକୁଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।
ଭାଇରଲ ହେଉଥିବା ଭିଡିଓରେ ନୀତିଶ କୁମାର ଦୀପକ କୁମାରଙ୍କ ବାରମ୍ବାର ହାତଠାରି ରୋକୁଥିଲେ । ଏହି ସମୟରେ ଦୀପକ କୁମାର ଅସହଜ ଅନୁଭବ କରୁଥିଲେ । ନୀତିଶ କୁମାର ସ୍ଥିର ହୋଇ ଠିଆ ହୋଇ ଜାତୀୟ ସଂଗୀତ ଗାଇବାକୁ ଚେଷ୍ଟା କରୁଥିବା ବେଳେ ନୀତିଶ କୁମାର ବାରମ୍ବାର ହଇରାଣ କରୁଥିଲେ ।
ଜାତୀୟ ସଂଗୀତ ଗାନ ସମୟରେ ନୀତିଶ କୁମାର ଏଣେତେଣେ ଦେଖୁଥିଲେ । ଜାତୀୟ ସଂଗୀତ ଶେଷ ହେବା ପୂର୍ବରୁ ହାତଯୋଡି ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏଭଳି ହରକତ ଦେଖି ବିପକ୍ଷ ଟାର୍ଗେଟ କରିଛନ୍ତି ।
कम से कम कृपया राष्ट्र गान का तो अपमान मत करिए मा॰ मुख्यमंत्री जी।
युवा, छात्र, महिला और बुजुर्गों को तो आप प्रतिदिन अपमानित करते ही है।
कभी महात्मा गांधी जी के शहादत दिवस पर ताली बजा उनकी शहादत का मखौल उड़ाते है तो कभी राष्ट्रगान का!
PS: आपको याद दिला दें कि आप एक बड़े प्रदेश… pic.twitter.com/rFDXcGxRdV
— Tejashwi Yadav (@yadavtejashwi) March 20, 2025
ଭିଡିଓ ଭାଇରଲ ହେବା ପରେ ରାଜେଡି ସୁପ୍ରିମୋ ଲାଲୁ ଯାଦବ ନୀତିଶ କୁମାରଙ୍କ ଭିଡିଓରେ ଟ୍ବିଟ୍ କରି ଲେଖିଛନ୍ତି, ରାଷ୍ଟ୍ରଗାନକୁ ଅପମାନ, ହିନ୍ଦୁସ୍ତାନ ସହିବ ନାହିଁ । ବିହାର ବାସୀ ଆଉ କିଛି ଦେଖିବାକୁ ବାକି ଅଛି କି ?
ତେଜସ୍ବୀ ଯାଦବ ମଧ୍ୟ ନୀତିଶ କୁମାରଙ୍କ ଏଭଳି ହରକତରେ ଟାର୍ଗେଟ କରିଛନ୍ତି । ଅତିକମରେ ଜାତୀୟ ସଂଗୀତକୁ ଅପମାନିତ କରନ୍ତୁ ନାହିଁ ମୁଖ୍ୟମନ୍ତ୍ରୀଜୀ । ଯୁବ, ଛାତ୍ର ମହିଳା ଏବଂ ବୟସ୍କଙ୍କୁ ଆପଣ ପ୍ରତିଦିନ ଅପମାନିତ କରନ୍ତି । କିନ୍ତୁ ଜାତୀୟ ସଂଗୀତକୁ କରନ୍ତୁ ନାହିଁ ।
Also Read : ପାଣି ପାଇଁ ଗଲା ଜୀବନ, କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଭଣଜାକୁ ଦିନରେ ଗୁଳି କରି ହତ୍ୟା