ହୃଦୟ ବିଦାରକ ଘଟଣା: ଆମ୍ବୁଲାନ୍ସ ନମିଳିବାରୁ ଡିକିରେ ବୁହା ହେଲା ନବଜାତକର ମୃତଦେହ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ସିଙ୍ଗରୌଲୀ ଜିଲ୍ଳାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପିତା ନବଜାତ ଶିଶୁର ଶବ ନେବାକୁ ଆମ୍ବୁଲାନ୍ସ ପାଇନଥିଲେ, ତେଣୁ ସେ ଶିଶୁର ମୃତଦେହକୁ ମୋଟରସାଇକେଲର ଡିକିରେ ରଖି କଲେକ୍ଟର ଅଫିସରେ ପହଞ୍ଚି ପରେ ନିଜ ଗାଁକୁ ନେଇ ଯାଇଥିଲେ। ଯାହାର ଦୃଶ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି। ତାଙ୍କୁ ଆମ୍ବୁଲାନ୍ସ ନମିଳିବାରୁ ସେ ବାଧ୍ୟ ହୋଇ ଏପରି ଚରମ ନିଷ୍ପତ୍ତି ନେଇଥିବା କହିବା ପରେ ଏ ନେଇ କର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଲେକ୍ଟର ତାଙ୍କୁ ଆଶ୍ବାସନା ଦେଇଛନ୍ତି।

ଖବର ଅନୁଯାୟୀ ଅକ୍ଟୋବର ୧୭ ତାରିଖରେ ଦିନେଶ ଭାରତୀ ତାଙ୍କ ପତ୍ନୀ ମିନା ଭାରତୀଙ୍କର ପ୍ରସବ କରାଇବାକୁ ସିଙ୍ଗରୌଲୀ ଜିଲ୍ଳାର ଏକ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ତେବେ ଏଠାକାର ଡାକ୍ତର ସରିତା ଶାହା ମହିଳାଙ୍କ ପ୍ରସବ କରାଇବା ବଦଳରେ ଏକ ଘରୋଇ କ୍ଲିନିକ୍‌କୁ ପଠାଇ ଦେଇଥିଲେ। ଏଥିସହ ତାଙ୍କଠାରୁ ୫ ହଜାର ଟଙ୍କା ମଧ୍ୟ ନେଇଥିଲେ।

ମାତ୍ର ଯେତେବେଳେ ତାଙ୍କୁ ଜଣାପଡ଼ିଲା କି ପିଲାଟି ପେ‌ଟରେ ହିଁ ମରିଯାଇଛି ତ ସେ ତାଙ୍କୁ ଜିଲ୍ଲା ହସ୍ପିଟାଲ୍‌କୁ ପଠାଇ ଦେଇଥିଲେ। ସେଠାରେ ତ‌ାଙ୍କର ପ୍ରସବ କରାଯିବାରୁ ମୃତ ପିଲା ଜନ୍ମ ନେଇଥିଲା। ମୃତ ଶିଶୁକୁ ଦେଖି ବାପା-ମା’ଙ୍କ ହୋସ୍ ଉଡିଯାଇଥିଲା। ଶିଶୁଟିର ମୃତ୍ୟୁ ପରେ ଗାଁକୁ ନେଇ ଅନ୍ତିମ ସଂସ୍କାର କରିବା ପାଇଁ ପରିବାର ଲୋକେ ହସ୍ପିଟାଲକୁ ଆମ୍ବୁଲାନ୍ସ ମାଗିଥିଲେ। କିନ୍ତୁ ସେମାନଙ୍କୁ ଆମ୍ବୁଲାନ୍ସ ଦିଆଯାଇନଥିଲା। ଏହା ପରେ ବାପା ଦୀନେଶ ମୃତ ଶିଶୁଟିକୁ ଏକ କାଗଜ ଲଫାପାରେ ଗୁଡାଇ ବାଇକ୍ ଡିକିରେ ରଖି କଲେକ୍ଟରେଙ୍କ ପାଖରେ ପହଞ୍ଚିଥିଲେ। ସମାନ ଅବସ୍ଥାରେ ପିଲାଟିକୁ ଡିକିରେ ରଖି ସେ ଗାଁକୁ ନେଇ ଯାଇଥିଲେ।

ଯେତେବେଳେ ଏହି ମାମଲା ସାମ୍ନାକୁ ଆସିଲା ଘଟଣାର ତଦନ୍ତ କରିବାକୁ ଏଡିଏମ୍‌କୁ ନିର୍ଦ୍ଦେଶ ଦେଇଛନ୍ତି କଲେକ୍ଟର। ଯଦି ଯାଞ୍ଚ ପରେ ଏହି ଘଟଣା ସତ ପ୍ରମାଣିତ ହୁଏ ତେବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ମାନବିକତାକୁ ଲଜ୍ଜିତ କରାଯିବା ପରେ ଏହା ରାଜ୍ୟରେ ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମୃତ ଶରୀରକୁ ମୋଟର ଚକରେ ବାନ୍ଧିବା ଏବଂ ଟ୍ରଲିରେ ଟାଣି ଟାଣି ନେବା କଥା ବି ଶୁଣିଛେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.