ଏଠି ସିଗାରେଟ୍ ପିଇବା ମନା ନୁହେଁ, ପିଲାକୁ ସ୍ତନ୍ୟପାନ କରାଇବା ମନା

ଖବରର ଶିରୋନାମାରୁ ଆପଣ ଜାଣି ପାରୁଥିବେ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ । ତେବେ ଏହି ଘଟଣା କୌଣସି ପାଶ୍ଚାତ୍ୟ ଦେଶରେ ଘଟି ନାହିଁ । ଘଟିଛି ଭାରତରର ଜଣାଶୁଣା ସହର କୋଲକାତାରେ । ଏଠାକାର କିଛି ନାମୀ ଦାମୀ ହୋଟେଲରେ ମଉଜମସ୍ତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ବିଶେଷ କରି ମଦ ଓ ସିଗାରେଟ୍ ପିଉଥିବା ଲୋକଙ୍କ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟବସ୍ଥା । ହେଲେ ଏହି ସବୁ ବଡ଼ ହୋଟେଲରେ ମା’ଟିଏ ତାର ପିଲାକୁ ସ୍ତନ୍ୟପାନ କରାଇବା ଲାଗି ଛୋଟିଆ ଜାଗାଟିଏ ନାହିଁ । ନିକଟରେ ଜଣେ ମା ଏଭଳି ପରିସ୍ଥିତିର ସାମନା କରିଥିଲେ । ତେଣୁ ନିଜର ସମସ୍ୟାକୁ ଠିକ୍ ଭାବେ ବୁଝିବା ପରେ ଅନ୍ୟମାନେ ମଧ୍ୟ ଏଭଳି ସ୍ଥିତିରେ ପଡୁଥିବେ ବୋଲି ଭାବିଲେ । ତେଣୁ ସହରର ପାଞ୍ଚଟି ତାରକା ହୋଟେଲକୁ ସେ ଅନୁରୋଧ କରିଛନ୍ତି କି ମା’ମାନେ ଯେଭଳି ତାଙ୍କ ପିଲାଙ୍କୁ ସ୍ତନ୍ୟପାନ କରାଇ ପାରିବେ ସେଭଳି ବ୍ୟବସ୍ଥା ରଖିବାକୁ। ମହିଳାଙ୍କ ଏହି ଅନୁରୋଧ ପରେ କିଛି ହୋଟେଲ ମାଲିକ ନିଜ ଭୁଲ ବୁଝି ପାରିଛନ୍ତି ଏବଂ ଏଥିଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ରଖିବାକୁ ରାଜି ହୋଇଛନ୍ତି ।