ଆସନ୍ତା ୨୬ ଓ ୨୭ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ, କେନ୍ଦ୍ର ଅର୍ଥ ସଚିବଙ୍କ ସହ ଆଲୋଚନା ପରେ ଓହରିବାକୁ ନିଷ୍ପତ୍ତି ନେଇଛି ବ୍ୟାଙ୍କ ୟୁନିୟନ
ନୂଆଦିଲ୍ଲୀ: ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହୃତ । ଆସନ୍ତା ୨୬ ଓ ୨୭ରେ ହେବାକୁ ଥିବା ବ୍ୟାଙ୍କ ଧର୍ମଘଟ ସ୍ଥଗିତ । କେନ୍ଦ୍ର ଅର୍ଥ ସଚିବଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିବାକୁ ନିଷ୍ପତ୍ତି ନେଇଛି ବ୍ୟାଙ୍କ ୟୁନିୟନ । ରାଷ୍ଟ୍ରାୟତ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ଅଫିସର ସଂଘ ପକ୍ଷରୁ ଆସନ୍ତା ୨୬ ତାରିଖରୁ ଦୁଇ ଦିନିଆ ଧର୍ମଘଟର ଡାକରା ଦିଆଯାଇଥିଲା । ତେବେ ଧର୍ମଘଟରୁ ବ୍ୟାଙ୍କ ୟୁନିୟନ ଓହରିବା ପରେ ଏବେ ଗ୍ରାହକଙ୍କୁ ଆସ୍ୱସ୍ଥି ମିଳିଛି । ସପ୍ତାହକୁ ୫ ଦିନ କାର୍ଯ୍ୟ ଦିବସକୁ ତୁରନ୍ତ ଲାଗୁ କରିବା, ବ୍ୟାଙ୍କରେ ନଗଦ କାରବାର ପାଇଁ ରହିଥିବା ସମୟସୀମାକୁ କମାଇବା ପାଇଁ ବ୍ୟାଙ୍କ ୟୁନିୟନ ଦାବି କରି ଆସୁଛନ୍ତି । ଗତ ୩୦ ତାରିଖରେ ୧୦ଟି ରାଷ୍ଟ୍ରୀୟତ୍ତ ବ୍ୟାଙ୍କକୁମିଶାଇ ୪ଟି ବ୍ୟାଙ୍କରେ ପରିଣତ କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ।