୧୪ ଫେବୃୟାରୀରେ ପାଳନ ହେବ ନାହିଁ ‘ଗୋ-ମାତା ଆଲିଙ୍ଗନ ଦିବସ’; କେନ୍ଦ୍ର ସରକାର ପ୍ରତ୍ୟାହାର କରିନେଲେ ନିଷ୍ପତ୍ତି

ପାଳନ ହେବ ନାହିଁ ‘କାଓ ହଗ୍‌ ଡେ’। ବିରୋଧୀଙ୍କ ବିରୋଧ ପରେ ୧୪ ଫେବୃୟାରୀରେ ଏହି ଦିବସ ପାଳନ କରିବାର ନିଷ୍ପତ୍ତିକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେଇଛନ୍ତି।

କେନ୍ଦ୍ର ସରକାର ବିରୋଧୀଙ୍କ ବିରୋଧ ଭିତରେ ୧୪ ଫେବୃୟାରୀରେ ‘କାଓ ହଗ୍‌ ଡେ’ ପାଳନ କରିବାର ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି। ଏହାପୂର୍ବରୁ ସରକାରଙ୍କ ଅଧୀନରେ ଥିବା ପଶୁ କଲ୍ୟାଣ ବୋର୍ଡ (ଆନିମଲ୍‌ େଓ୍ଵଲଫେୟାର ବୋର୍ଡ) ୧୪ ଫେବୃୟାରୀରେ ‘କାଓ ହଗ୍‌ ଡେ’ ବା ‘ଗୋ-ମାତା ଆଲିଙ୍ଗନ ଦିବସ’ ପାଳନ କରିବାକୁ ଅପିଲ୍‌ କରିଥିଲା।

ଆମ୍ ଆଦମୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ଭଳି କେତେକ ବିରୋଧୀ ଦଳ ଫେବୃୟାରୀ ୧୪କୁ କାଓ ହଗ୍‌ ଡେ’ ରୂପେ ପାଳନ କରିବାର ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ, ଯାହା ପରେ ବର୍ତ୍ତମାନ ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି।

ଶିବସେନା ୧୪ ଫେବୃୟାରୀକୁ ଗୋ-ମାତା ଆଲିଙ୍ଗନ ଦିବସ ରୂପେ ପାଳନ କରିବାର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲା। ଶିବସେନା ଦାବି କରିଥିଲା କି, କୋଟିପତି ଶିଳ୍ପପତି ଗୌତମ ଆଦାନୀ ମଧ୍ୟ ମୋଦିଙ୍କ ପାଇଁ ପବିତ୍ର ଗାଈ ପରି।

cow2
photo: aajtak

ଟିଏମସି ସାଂସଦ ଶାନ୍ତନୁ ସେନ୍ କହିଛନ୍ତି ଯେ କାଓ ହଗ୍‌ ଡେ’ ହେଉଛି ଛଦ୍ମ ହିନ୍ଦୁତ୍ୱ ଏବଂ ଛଦ୍ମ ଦେଶପ୍ରେମ, ଯାହାର ଉଦ୍ଦେଶ୍ୟ ମୁଖ୍ୟଧାରାର ପ୍ରସଙ୍ଗରୁ ଧ୍ୟାନ ହଟାଇବା। ଏହାରି ଭିତରେ CPI(M) ନେତା ଇଲାମାରମ୍‌ କରିମ କାଓ ହଗ୍‌ ଡେ’କୁ ହାସ୍ୟାସ୍ପଦ ଏବଂ ଦେଶ ପାଇଁ ଲଜ୍ଜାଜନକ କନ୍‌ସେପ୍ଟ ବୋଲି କହିଛନ୍ତି।

ସେହିପରି କଂଗ୍ରେସର ବରିଷ୍ଠ ସାଂସଦ ରଜନୀ ପାଟିଲ କହିଛନ୍ତି ଯେ ମୁଁ ମଧ୍ୟ ଚାଷୀ ପରିବାରରୁ ଆସିଛି। ମୁଁ ସବୁଦିନ ନିଜ ଗାଈକୁ ଆଲିଙ୍ଗନ କରୁଛି, କେବଳ ଗୋଟିଏ ଦିନ ପାଇଁ ନୁହେଁ। ବେରୋଜଗାର ଏବଂ ମୁଦ୍ରାସ୍ଫୀତି ଭଳି ପ୍ରସଙ୍ଗରୁ ଧ୍ୟାନ ହଟାଇବା ଲାଗି ଏପରି ପଦକ୍ଷେପ ନିଆଯାଇଛି।