ପ୍ରେମିକାକୁ ଧୋକା ଦେବା ଅପରାଧ ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ:  ଶାରୀରିକ ସମ୍ବନ୍ଧ ଥାଇ ପ୍ରେମିକାକୁ ଧୋକା ଦେଲେ ମଧ୍ୟ ତାହା ଅପରାଧ ପରିସର ଭୁକ୍ତ ନୁହେଁ । ଏହା ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ କହିଛନ୍ତି। କୋର୍ଟ କହିଛନ୍ତି କି, ଯୌନ ସହମତିରେ – ନା ର ମାନେ ନା ଠାରୁ ଆଗକୁ ବଢି ଏବେ ହଁ ର ମାନେ ହଁ ଯାଏ ବ୍ୟାପକ ହୋଇଛି ।
କୋର୍ଟ ଏହି ନିଷ୍ପତି ଏକ ଦୁଷ୍କର୍ମ ମାମଲା ଦେଇଛନ୍ତି । ଜଣେ ବ୍ୟକ୍ତିଙ୍କୁ ଖଲାସ କରିବା ନିଷ୍ପତିକୁ ସ୍ଥାୟୀ ରଖିବା ସହ କୋର୍ଟ ଏହା ଉପରେ ରାୟ ଦେଇଥିଲେ । ଯେଉଁ ବ୍ୟକ୍ତି ବିପକ୍ଷରେ ଜଣେ ମହିଳା ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ଯାହା ମହିଳା ଜଣଙ୍କ ବିବାହ ପରେ କରିଥିବା କହିଥିଲେ ।

ଏହାସହ ପଢନ୍ତୁ:

ଏବେ ନିଜ ସମ୍ପତ୍ତି ସହିତ କରିବାକୁ ପଡିବ ଆଧାର ଲିଙ୍କ୍, ବିଜେପି ଶାସିତ ଏହି ରାଜ୍ୟରେ ଲାଗୁ ହେବାକୁ ଯାଉଛି ନିୟମ

କୋର୍ଟ ଏହି ମାମଲାରେ ପୋଲିସର ଅପିଲ୍ କୁ ଖାରଜ କରି କହିଛନ୍ତି କି, ଏହି ମାମଲାରେ ବ୍ୟକ୍ତି ଜଣଙ୍କୁ ମୁକ୍ତ କରାଯିବାକୁ ତଳ କୋର୍ଟର ନିଷ୍ପତି ଠିକ୍। କୋର୍ଟ କହିଛନ୍ତି କି, ପ୍ରେମରେ ଧୋକା ଦେବା ଯାହାକୁ ଯେତେ ଖରାପ ଲାଗୁ ନା କାହିଁକି ଭାରତୀୟ ଦଣ୍ଡ ସଂହିତାରେ ଏହା ଦଣ୍ଡନୀୟ ଅପରାଧ ନୁହେଁ । ଦୁଇ ଜଣ ବ୍ୟକ୍ତି ପରସ୍ପର ସହମତିରେ ଶାରୀରିକ ସମ୍ବନ୍ଧ ରହିଥାନ୍ତି ଯାହା ଏକ ଅପରାଧ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.