ଏଣିକି ଆଉ ଫସିବେନି ଟ୍ରାଫିକ୍‌ରେ ! ୧୫ ମିନିଟରେ ବିମାନ ବନ୍ଦରରେ ପହଞ୍ଚାଇ ଦେବ ହେଲିକପ୍ଟର , ଅକ୍ଟୋବରରୁ ଆରମ୍ଭ ହେଉଛି ଏହି ସେବା

ନୂଆଦିଲ୍ଲୀ : ଏଣିକି ଆଉ ଫସିବେନି ଟ୍ରାଫିକରେ । ଆପଣ ଯଦି ଜରୁରୀ କାମରେ କେଉଁଆଡ଼େ ବାହାରୁଥିବେ ତେବେ ଏହି ଟ୍ରାଫିକ୍‌ ସମସ୍ୟା ଯୋଗୁଁ ଆପଣ ସଠିକ୍‌ ସମୟରେ ପହଞ୍ଚିପାରନ୍ତି ନାହିଁ । ଯାହାଫଳରେ ଆପଣ ସମସ୍ୟାରେ ବି ପଡ଼ିପାରନ୍ତି । ଏହାକୁ ଦୃଷ୍ଟିରେ ରଖି ଆପଣଙ୍କ ପାଇଁ ପ୍ରସ୍ତୁତ ହେଉଛି ହେଲିକପ୍ଟର । ଟେକ୍ ସିଟି ବେଙ୍ଗାଲୁରୁରେ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ବିମାନ କମ୍ପାନୀ ବ୍ଲେଡ୍ ଇଣ୍ଡିଆ ନାମକ ଏକ ସଂସ୍ଥା ବିମାନ ସେବା ଆରମ୍ଭ କରିଛି।

ଏହି ସେବାରେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ହେଲିକପ୍ଟର ଉଡ଼ାଣ ବ୍ୟବସ୍ଥା କରିବ ସଂସ୍ଥା । କେମ୍ପୱାଡ଼ା ଇଣ୍ଟରନାସନାଲ ଏୟାରପୋର୍ଟ ବେଙ୍ଗଲୁରୁଠାରୁ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ ଏୟାରପୋର୍ଟ ବା ହାଲ ପର୍ଯ୍ୟନ୍ତ ଏହି ଉଡ଼ାଣ ଆରମ୍ଭ ହେବ । ସପ୍ତାହର ପ୍ରତ୍ୟେକ କାର୍ଯ୍ୟ ଦିବସରେ ସକାଳ ୯ଟାରୁ ଉଡ଼ାଣ ହେବ । ଆଉ ସନ୍ଧ୍ୟା ୪.୧୫ରେ ଫେରିବ ହେଲିକପ୍ଟର । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆଗେଇ ଆସିଛି ଏହି କମ୍ପାନୀ । ଯିଏ କି ଟାକ୍ସି ହେଲିକପ୍ଟରର ବ୍ୟବସ୍ଥା କରିବାକୁ ଯାଉଛି । ଏହି କମ୍ପାନୀ ପ୍ରଥମେ ବେଙ୍ଗଲୁରୁ ଭଳି ସହରରେ ପାଇଲଟ ପ୍ରୋଜେକ୍ଟ ଭାବେ କାମ ଆରମ୍ଭ କରିବ । କାରଣ ବେଙ୍ଗଲୁରୁ ହିଁ ଦେଶରେ ଏମିତି ଏକ ସହର ଯେଉଁଟି ଅଧିକାଂଶ ସମୟରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥାଏ । ଏଠାରେ ଘଣ୍ଟା ଘଣ୍ଟା ଧରି ଟ୍ରାପିକ୍‌ ଜାମ୍‌ ହୋଇଥାଏ ।

ବ୍ଲେଡ ଇଣ୍ଡିଆ ବେଙ୍ଗାଲୁରୁ ସହରରେ ହେଲିକପ୍ଟର ସେବା ଆରମ୍ଭ କରିବାବେଳେ କହିଛି ଯେ ୧୨୦ ମିନିଟ ପରିବର୍ତ୍ତେ ୧୫ ମିନିଟରେ ବିମାନ ଯୋଗେ ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିବା ଦାୟିତ୍ୱ ଗ୍ରହଣ କରିଛି। କମ୍ପାନୀ କହିଛି ଯେ ବେଙ୍ଗାଲୁରୁର ଲୋକମାନେ ୧୨୦ ମିନିଟର ଯନ୍ତ୍ରଣାଦାୟକ ଯାତ୍ରା HAL କୁ ଛାଡି ବର୍ତ୍ତମାନ ଲୋକ ମାନେ ଏହି ବିକଳ୍ପକୁ ଚୟନ କରିପାରିବେ।

ଏହି ହେଲିକପ୍ଟର ଉଡ଼ାଣ ପାଇଁ ଏବେଠାରୁ ବୁକିଂ ମଧ୍ୟ ଆରମ୍ଭ ହୋଇସାରିଲାଣି । ଆସନ୍ତା ଅକ୍ଟୋବର ୧୦ରେ ଏହାର ପାଇଲଟ୍‌ ପ୍ରୋଜେକ୍ଟ ଲଞ୍ଚ କରିବ ସଂସ୍ଥା । ତେବେ ଏହି ହେଲିକପ୍ଟର ଉଡ଼ାଣ ବ୍ୟବସ୍ଥା ସାମାନ୍ୟ ମହଙ୍ଗା ରହିଛି । ଗୋଟିଏ ଉଡ଼ାଣ ଅର୍ଥାତ ମାତ୍ର ୧୨ ମିନିଟ୍‌ର ଉଡ଼ାଣ ପାଇଁ ଅତି କମ୍‌ରେ ୩୨୫୦ ଟଙ୍କା ଖର୍ଚ୍ଚ କରିବାକୁ ହେବ । ଏନେଇ ସୂଚନା ଦେଇଛନ୍ତି ବ୍ଲେଡ୍‌ ଇଣ୍ଡିଆର ଏମ୍‌ଡି ଅମିତ ଦତ୍ତା । ତେବେ ଏହି ସେବା ଦ୍ୱାରା ଲୋକଙ୍କ ବହୁମୂଲ୍ୟ ସମୟ ଅପଚୟ ହେବ ନାହିଁ । କିମ୍ବା ଟ୍ରାଫିକ୍‌ ଭିଡ଼ ଭିତରେ ଫସିବେ ନାହିଁ ।

ପୂର୍ବରୁ ବ୍ଲେଡ୍ ଇଣ୍ଡିଆ ଗୋଆରେ ହେଲିକପ୍ଟର ସେବା ଆରମ୍ଭ କରିବାକୁ ଘୋଷଣା କରିଥିଲା। ଏହି ସେବା ସ୍ଥାନୀୟ ଯାତ୍ରୀ ଏବଂ ପର୍ଯ୍ୟଟକଙ୍କ ପାଇଁ ସୁବିଧା ଯୋଗାଇଥାନ୍ତା ।କମ୍ପାନୀର କହିବାନୁସାରେ, ହେଲିକପ୍ଟର ସେବା ଭ୍ରମଣ ପାଇଁ ଉତ୍ତର ଗୋଆ, ଦକ୍ଷିଣ ଗୋଆ ଏବଂ ପୁରୁଣା ଗୋଆ ସହିତ ସଂଯୋଗ କରିବ।

Leave A Reply

Your email address will not be published.