ଗୋଟେ ବିଶ୍ୱବିଦ୍ୟାଳୟରେ ଅଧିନରେ ରହିବନି ୧୦୦ରୁ ଅଧିକ କଲେଜ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ଏବେ ଗୋଟେ ବିଶ୍ୱବିଦ୍ୟାଳୟରେ ଅଧିନରେ ୧୦୦ରୁ ଉର୍ଦ୍ଧ୍ୱ କଲେଜ ରହିପାରିବ ନାହିଁ। ଯଦି କଲେଜ ସଂଖ୍ୟା ଅଧିକ ହୁଏ ତେବେ ଏଥିପାଇଁ ଅଲଗା ବିଶ୍ୱବିଦ୍ୟାଳୟର ଗଠନ କରାଯିବ। ଏପରି ସ୍ଥଳେ ଏକ ବିଶ୍ୱବିଦ୍ୟାଳୟ ଅଧିନରେ ୧୦୦ଟି କଲେଜକୁ ମାନ୍ୟତା ଦେବାକୁ ଯୋଜନା ରଖିଛନ୍ତି। ବିଶ୍ୱବିଦ୍ୟାଳୟ ସମେତ କଲେଜରେ ବିଭିନ୍ନ ଯୋଜନାକୁ ପ୍ରଭାବିତ ଢଙ୍ଗରେ ଲାଗୁ କରିବା ଏହାର ଉଦେଶ୍ୟ । ଏହା ସହିତ ଦେଶର ସବୁ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ନୀତିରେ ପ୍ରତି ରାଜ୍ୟରେ ମଡେଲ ଷ୍ଟେଟ ପବ୍ଲିକ ୟୁନିଭର୍ସିଟି ଆକ୍ଟ ପ୍ରଣୟନ କରିବା ପାଇଁ ମଧ୍ୟ କୁହାଯାଇଛି। ଯଦି ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଗଠନ କରିନ୍ତି ତେବେ କେନ୍ଦ୍ର ଆଥିର୍କ ସହାୟତା ଯୋଗାଇ ଦେବ। ଏହି କାଉନସିଲକୁ ବିଶ୍ୱବିଦ୍ୟାଳୟର ଗଠନ, କୁଳପତି, ଶିକ୍ଷକ ଚୟନ ନିୟମ ପ୍ରଣୟନ କରିବାର ଅଧିକାର ପ୍ରାପ୍ତ ହେବ।

Student

ମାନ୍ୟତା ଦେବା ପାଇଁ ନିୟମରେ ହେବ ପରିବର୍ତ୍ତନ
ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଗୋଟେ ବିଶ୍ୱବିଦ୍ୟାଳୟ କେବଳ ୧୦୦ଟି କଲେଜକୁ ମାନ୍ୟତା ଦେବା ପାଇଁ ୟୁଜିସି ଆକ୍ଟ ନିୟମରେ ପରିବର୍ତ୍ତନ କରାଯିବ। ଛାତ୍ରଙ୍କ ସଂଖ୍ୟା ବୃଦ୍ଧି ଅନୁଯାୟୀ ନୂଆ ବିଶ୍ୱବିଦ୍ୟାଳୟ ଗଠନ କରାଯିବ। ଯଦି ଏପରି ନହୁଏ, ତେବେ ୧୦୦ରୁ ଅଧିକ କଲେଜ ଥିବା ବିଶ୍ୱବିଦ୍ୟାଳୟରେ ଭାଇସ ଚାନସଲର ନିଯୁକ୍ତ ହେବେ। ଯିଏକି ବିଶ୍ୱବିଦ୍ୟାଳୟର କୁଳପତି ସହିତ କାମ କରିବାରେ ସାହାଯ୍ୟ କରିବେ।

ଛତ୍ରପତି ସାହୁଜି ମହାରାଜା ବିଶ୍ୱବିଦ୍ୟାଳୟ, କାନପୁରର କୁଳପତି ଫ୍ରଫେସର ନୀଲିମା ଗୁପ୍ତାଙ୍କ କହିବାନୁଯାୟୀ କାନପୁର ବିଶ୍ୱବିଦ୍ୟାଳୟରେ ଅଧିନରେ ୧୧୦୦ କଲେଜ ରହିଛି। ଏପରି ସ୍ଥଳେ ସବୁ କଲେଜ ଉପରେ ନିୟନ୍ତ୍ରଣ ରଖିବା ସମ୍ଭବ ହୋଇପାରୁନାହିଁ। ଯଦି ସରକାର ଗୋଟେ ବିଶ୍ୱବିଦ୍ୟାଳୟରେ ୧୦୦ଟି କଲେଜ ରହିବା ନେଇ ନିୟମ ଲାଗୁ କରିବେ ତେବେ ଛାତ୍ରମାନଙ୍କୁ ଉଚ୍ଚଗୁଣବତ୍ତା ଶିକ୍ଷା ମିଳିପାରିବ। ଏହାପୂର୍ବରୁ ୟୁଜିସି କମିଟି ଛଡା ଅନେକ ବିଶ୍ୱବିଦ୍ୟାଳୟରେ ଏହି ପ୍ରସ୍ତାବକୁ ଉପସ୍ଥାପନ କରିଥିଲେ।

Leave A Reply

Your email address will not be published.