ସୁପ୍ରିମକୋର୍ଟ ନିର୍ଦ୍ଦେଶ : ତାଜମହଲରେ ହେବ ନାହିଁ ନମାଜ ପାଠ

Taj-Mahalନୂଆଦିଲ୍ଲୀ : ବିଶ୍ୱର ସପ୍ତାଶ୍ଚର୍ୟ୍ୟ ତାଜମହଲ ଭିତରେ ନମାଜ ପାଠ ହୋଇପାରିବ ନାହିଁ। ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତାଜମହଲ ଭିତରେ ବାହାର ଲୋକ ନମାଜ ପାଠ କରି ପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ ଶୁକ୍ରବାର କେବଳ ଆଗ୍ରାବାସୀ ତାଜମହଲ ଭିତରେ ନବାଜ ପାଠ କରିପାରିବେ ବୋଲି କୋର୍ଟ କହିଛନ୍ତି।

ସୁରକ୍ଷା ଦୃଷ୍ଟିରୁ ତାଜମହଲର ପରିସରରେ ନମାଜ ପାଠ ହୋଇପାରିବ ନାହିଁ ବୋଲି କୋର୍ଟ କହଛନ୍ତି । ଗତ ଜାନୁଆରୀ ୨୪ ତାରିଖରେ କେବଳ ସ୍ଥାନୀୟ ଲୋକଙ୍କୁ ତାଜମହଲ ପରିସର ଭିତରେ ନମାଜ ପାଠ ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା।

Leave A Reply

Your email address will not be published.