ଆତଙ୍କିତ ହୁଅନ୍ତୁ ନାହିଁ, ଦେଶରେ ମହଜୁଦ ଅଛି ରନ୍ଧନ ଗ୍ୟାସ ଓ ଇନ୍ଧନ :IOCL

ରନ୍ଧନ ଗ୍ୟାସ ଓ ଇନ୍ଧନ ଦେଶରେ ମହଜୁଦ ଅଛି । ଯାହାକୁ ନେଇ ବର୍ତ୍ତମାନ ଏକ ଗୁଜବ ଖବର ପ୍ରଚାର ହେଉଛି । ଆତଙ୍କିତ ହୋଇ କିଣିବାର କୌଣସି ଆବଶ୍ୟକତା ନାହିଁ । ମେ ୯ ଶୁକ୍ରବାର ଅର୍ଥାତ୍ ଆଜି ସକାଳ ୫.୧୨ ମିନିଟରେ ଏକ୍ସରେ ପୋଷ୍ଟ କରି ସୂଚନା ଦେଲା ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ।
ଭାରତ- ପାକିସ୍ତାନ ଉତ୍ତେଜନା ମଧ୍ୟରେ ରନ୍ଧନ ଗ୍ୟାସ ଓ ଇନ୍ଧନ କିଣିବାକୁ ଲୋକଙ୍କ ବ୍ୟସ୍ତତା ଦେଖି ସ୍ପଷ୍ଟ କଲା ଆଇଓସିଏଲ । ଦେଶ ସାରା ରନ୍ଧନ ଗ୍ୟାସ ଓ ଇନ୍ଧନ ପ୍ରଚୁର ଭାବେ ମହଜୁଦ ଅଛି । ସମସ୍ତ ଆଉଟଲେଟରେ ଇନ୍ଧନ ଓ ଏଲପିଜି ସହଜରେ ଉପଲବ୍ଧ ହେଉଛି । ଇଣ୍ଡିଆନ ଅଏଲର ଯୋଗାଣ ଲାଇନ ସୁଗମ ଭାବେ କାର୍ଯ୍ୟରେ ନିୟୋଜିତ ଅଛି ବୋଲି ପୋଷ୍ଟ କରି ସ୍ପଷ୍ଟ କରିଛି ଆଇଓସିଏଲ।
#IndianOil has ample fuel stocks across the country and our supply lines are operating smoothly.
There is no need for panic buying—fuel and LPG is readily available at all our outlets.
Help us serve you better by staying calm and avoiding unnecessary rush. This will keep our…
— Indian Oil Corp Ltd (@IndianOilcl) May 9, 2025
ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ଭାରତର ସବୁଠାରୁ ନାମିଦାମୀ ଇନ୍ଧନ କମ୍ପାନୀ ମଧ୍ୟରୁ ଗୋଟିଏ । ଲୋକଙ୍କ ଆତଙ୍କିକତାକୁ ଦେଖିବା ପରେ ଏହାର ପ୍ରସ୍ତୁତିକୁ କେବଳ ସେ ଜଣାଇନାହିଁ । ବରଂ ଲୋକମାନେ ସେମାନଙ୍କର ବୁଝାମଣାକୁ ଠିକ୍ ରଖିବା ପାଇଁ ଅନୁରୋଧ କରିଛି ଆଇଓସିଏଲ । ଭୁଲ ବୁଝାମଣା ପାଇଁ ଆବଶ୍ୟକ ସମୟରେ ଯେପରି ଗ୍ୟାସ ବ୍ୟବସ୍ଥାରେ କୌଣସି ପ୍ରଭାବ ନପଡେ । ଆଉ ଦେଶବାସୀମାନେ ମଧ୍ୟ ଯେମିତି ଅସୁବିଧାରେ ନପଡନ୍ତି । ସେଥିପାଇଁ ସମସ୍ତଙ୍କୁ ସଚେତନ ରହିବାକୁ ମଧ୍ୟ ପରାମର୍ଶ ଦେଇଛି ।
ଇଣ୍ଡିଆନ ଅଏଲ କମ୍ପାନୀ ଲୋକମାନଙ୍କୁ ଗୁଜବ ଖବରର ପ୍ରଚାରକୁ ବିଶ୍ବାସ ନକରିବାକୁ କହିଛି । ଏହାର ସଠିକ୍ ଖବର ପାଇବା ପାଇଁ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଯାଞ୍ଚ କରିପାରିବେ ବୋଲି ସୂଚନା ଦେଲେ ଆଇଓସିଏଲ କମ୍ପାନୀ ।
Also Read : ପ୍ରତିରକ୍ଷା ମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, CDSଙ୍କ ସହ ୨ ଘଣ୍ଟା କଲେ ଆଲୋଚନା