ଅପରାଧ ରୋକିବା ରାଜ୍ୟର ଦାୟିତ୍ୱ, ଆଇନ ପ୍ରକ୍ରିୟା ବିନା କାହାକୁ ବନ୍ଦୀ କରି ରଖାଯାଇ ପାରିବ ନାହିଁ- ସୁପ୍ରିମକୋର୍ଟ
ଅପରାଧ ରୋକିବା ସହ ସୁରକ୍ଷା ବନାଇ ରଖିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ହେଲେ ଏହାଦ୍ୱାରା ବ୍ୟକ୍ତିଗତ ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ ହେବା କଥା ନୁହେଁ , ଆଇନ ପ୍ରକ୍ରିୟା ବିନା କାହାକୁ ବନ୍ଦୀ କରି ରଖାଯାଇ ପାରିବ ନାହିଁ ବେଲି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି ।

ନୂଆଦିଲ୍ଳୀ : ଅପରାଧ ରୋକିବା ସହ ସୁରକ୍ଷା ବନାଇ ରଖିବା ରାଜ୍ୟ ସରକାରଙ୍କ ଦାୟିତ୍ୱ । ହେଲେ ଏହାଦ୍ୱାରା ବ୍ୟକ୍ତିଗତ ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ ହେବା କଥା ନୁହେଁ , ଆଇନ ପ୍ରକ୍ରିୟା ବିନା କାହାକୁ ବନ୍ଦୀ କରି ରଖାଯାଇ ପାରିବ ନାହିଁ ବେଲି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି ।
ସିଆରପିସି (CRPC) ଧାରା ୧୬୭(୨) (କ)ରେ ଉଲ୍ଲେଖିତ ୬୦/୯୦ ଦିନ ଡିଫଲଟ୍ ଜାମିନି ଅବଧିକୁ ଦୃଷ୍ଟିରେ ରଖି ନ୍ୟାୟିକ ହେପାଜତ ତାରିଖ ଏଥିରେ ଯୋଡା ଯାଇଛି କି ନାହିଁ ? ସୁପ୍ରିମକୋର୍ଟ ଏହି ଆଇନର ତର୍ଜମା କରି ଉକ୍ତ ଟିପ୍ପଣୀ ଦେଇଛନ୍ତି ।
କ’ଣ କହିଥାଏ ସିଆରପିସି ଧାରା ୧୬୭ ? :
ସିଆରପିସି ଧାରା ୧୬୭ ଅନୁଯାୟୀ, ଯଦି ଯାଞ୍ଚ ଏଜେନ୍ସି ରିମାଣ୍ଡ ତାରିଖରୁ ୬୦ ଦିନ ଭିତରେ ଅଭିଯୁକ୍ତର କେସ୍ ଫାଇଲ ଦାଖଲ କରିବାରେ ଅସମର୍ଥ ରୁହେ, ତେବେ ଅଭିଯୁକ୍ତ ଡିଫଲ୍ଟ ଜାମିନର ହକଦାର ହେବ । ତେବେ ଅପରାଧର ଶ୍ରେଣୀ ବିଷେଶରେ ଏହା ୯୦ ଦିନ ଯାଏ ବଢ଼ାଯାଇପାରେ ।
ଧାରା ୧୬୭ ରେ ଉଲ୍ଲେଖ ରହିଛି ଯେ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଅଭିଯୁକ୍ତକୁ ନ୍ୟାୟିକ ହାଜତକୁ ପଠାଯିବାର ଦିନ ଠାରୁ ୬୦/୯୦ ଦିନ ସମୟ ଧରାଯିବ ବୋଲି ଜଷ୍ଟିସ କେଏମ୍ ଜୋସଫ, ଜଷ୍ଟିସ ଋଷିକେଶ ରାୟ ଓ ଜଷ୍ଟିସ ବିବି ନାଗରତ୍ନଙ୍କ ଖଣ୍ଡପୀଠ କହିଛନ୍ତି ।
ଖଣ୍ଡପୀଠ ଆହୁରି କହିଥିଲେ ଯେ ବିନା ଆଇନ ପ୍ରକ୍ରିୟାରେ ଅଭିଯୁକ୍ତକୁ ବନ୍ଦୀ କରି ରଖାଯିବା ଉଚିତ୍ ନୁହେଁ । ଅପରାଧ ରୋକିବା ସହ ସୁରକ୍ଷା ବନାଇ ରଖିବା ରାଜ୍ୟର ଦାୟିତ୍ୱ, ହେଲେ ଏହାଦ୍ୱାରା ବ୍ୟକ୍ତିଗତ ସ୍ୱତନ୍ତ୍ରତା କ୍ଷୁର୍ଣ୍ଣ ହେବା ଉଚିତ୍ ନୁହେଁ ।