ଦିଲ୍ଲୀ ନାବାଳିକା ହତ୍ୟା ଘଟଣାରେ ମୁହଁ ଖୋଲିଲା ଅଭିଯୁକ୍ତ ସାହିଲ, ‘ସେ ମୋତେ ଅଣଦେଖା କଲା, ମୁଁ ତାକୁ ମାରିଲି’

ମୁଁ କୌଣସି ପଶ୍ଚାତାପ କରୁନି । ମୋତେ ସେ କିଛିଦିନ ହେଲାଣି ଅଣଦେଖା କରୁଥିଲା। ସେଥିପାଇଁ ମୁଁ ତାକୁ ହତ୍ୟା କରିଛି ବୋଲି ପୋଲିସ ଆଗରେ ସତ ଓଗାଳିଛି ଦିଲ୍ଲୀ ନାବାଳିକା ହତ୍ୟାକାଣ୍ଡର ଅଭିଯୁକ୍ତ ସାହିଲ ।

ଦିଲ୍ଲୀ ନାବାଳିକାକୁ ୪୦ ଥର ଛୁରୀ ଭୁସି ହତ୍ୟା କରିଥିବା ସାହିଲକୁ ପୋଲିସ ଗିରଫ କରିଛି । ପୋଲିସ ସାହିଲକୁ ଗରଫ କରି ପଚରାଉଚରା କରିବାରୁ ସବୁ ସତ ମାନିଛି ସାହିଲ । ସାହିଲ କହିବା ମୁତାବକ, ମୁଁ ପଶ୍ଚାତାପ କରୁନି । ଯାହା କରିଛି ଭଲ କରିଛି । ଗତ କିଛିଦିନ ହେଲାଣି ସେ ମୋତେ ଅଣଦେଖା କରୁଥିଲା । ଯେଉଁଥି ପାଇଁ ମୁଁ ତାକୁ ହତ୍ୟା କରିଛି ।

ଖବର ମୁତାବକ, ଦିଲ୍ଲୀର ଶାହବାଦ ଡାୟରୀ ଅଞ୍ଚଳରେ ସାହିଲ ଏବଂ ୧୬ବର୍ଷୀୟା ସାକ୍ଷୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଦୁହିଁଙ୍କର କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଫଳରେ ସାହିଲ ସହିତ ରାଗରେ କଥାବାର୍ତ୍ତା ହେଉନଥିଲେ ସାକ୍ଷୀ । ତେବେ ସାକ୍ଷୀ ଅନ୍ୟ ପୁରୁଷ ବନ୍ଧୁଙ୍କ ସହିତ ମିଶିବା ସାହିଲଙ୍କୁ ପସନ୍ଦ ନଥିଲା । ଆଉ ସାକ୍ଷୀ ପ୍ରବୀଣ ନାମକ ଜଣେ ପୁରୁଷ ବନ୍ଧୁଙ୍କ ସହିତ ମିଳାମିଶା କରୁଥିବା ଦେଖି ରାଗି ଯାଇଥିଲା ସାହିଲ । ଆଉ ସାକ୍ଷୀକୁ ବିଚ୍‌ ରାସ୍ତାରେ ଛୁରୀରେ ୪୦ ଥର ଭୁସିବା ପରେ ପଥରରେ ଛେଚି ହତ୍ୟା କରିଥିଲା ସାହିଲ । ସାହିଲ ଏଭଳି କାଣ୍ଡ କରୁଥିବା ସମୟରେ ଅନେକ ଲୋକ ଯିବା ଆସିବା କରୁଥିଲେ ମଧ୍ୟ ତାଙ୍କୁ କେହି ଅଟକାଇ ନଥିଲେ ।

ତେବେ ନାବାଳିକା ଜଣକ ନିଜ ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେବାକୁ ଯାଇଥିଲା ବେଳେ ଏଭଳି ଘଟଣା ଘଟିଥିଲ। । ସାହିଲ ତାକୁ ଗଳିରେ ଅଟକାଇ ତା ଉପରେ ଛୁରୀରେ ଆକ୍ରମଣ କରିବା ସହ ପଥରରେ ଛେଚି ହତ୍ୟା କରିଥିଲା । ଆକ୍ରମଣ କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ସାହିଲ । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା ।

ସାକ୍ଷୀଙ୍କୁ ହତ୍ୟା କରିବା ପରେ ସାହିଲ ଫେରାର ହୋଇ ରିଠାଲା ଚାଲିଯାଇଥିଲା । ଏହାରେ ଛୁରୀକୁ ଫୋପାଡିବା ପରେ ବୁଲନ୍ଦସହର ଯାଇଥିଲା । ତେବେ ସାହିଲକୁ ପୋଲିସ ସେଠାରୁ ଗିରଫ କରି ପଚରାଉଚରା କରିବା ପରେ ସବୁ ସତ ଜାଣିବାକୁ ପଶିଥିଲା ।

ସାହିଲର ଇନଷ୍ଟାଗ୍ରାମରୁ ପୋଲିସ ଜାଣିବାକୁ ପାଇଥିଲା କି, ସାହିଲ ଅନେକ ଯୁବତୀଙ୍କ ସହିତ ସଂପର୍କରେ ରହିଥିଲା । ସାକ୍ଷୀ ଏହା ଜାଣିବା ପରେ ତା’ ଠାରୁ ଅଲଗା ହେବାକୁ ଚାହୁଁଥିଲା । ଆଉ ଶେଷରେ ସାହିଲ କଥା ନ ଶୁଣିବାରୁ ସାକ୍ଷୀକୁ ହତ୍ୟା କରିଥିଲା ପୋଲିସ ଆଗରେ କହିଛି ସାହିଲ । ସାହିଲକୁ ପୋଲିସ ଗିରଫ କରି ଏବେ ଜେଲରେ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.