ନୋବେଲ୍‌ ପୁରସ୍କାର ୨୦୨୨: ମେଡିସିନ୍‌ରେ କ୍ଷେତ୍ରରେ ନୋବେଲ୍ ପାଇବେ ସୁଇଡେନ ବୈଜ୍ଞାନିକ ସ୍ୱାନ୍ତେ ପେବୋ

ନୂଆଦିଲ୍ଲୀ : ମେଡିସିନରେ ନୋବେଲ ପୁରସ୍କାର ଘୋଷଣା । ୨୦୨୨ ବର୍ଷ ପାଇଁ ସ୍ୱିଡେନର ସ୍ୱାନ୍ତେ ପେବୋଙ୍କୁ ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିବ । ଏନେଇ ସ୍ୱିଡେନର ନୋବେଲ ଫାଉଣ୍ଡେସନ ପକ୍ଷରୁ ଘୋଷଣା କରାଯାଇଛି । ବିଲୁପ୍ତ ଆଦିମାନବର ଗୁଣସୂତ୍ର ଓ ମାନବ ବିବର୍ତ୍ତନ ସଂପର୍କିତ ଉଦ୍ଭାବନ ପାଇଁ ବିଶିଷ୍ଟ ବିଜ୍ଞାନୀ ସ୍ୱାନ୍ତେ ପେବୋଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ବର୍ତ୍ତମାନ ମଣିଷର ଆଦିମ ପିଢ଼ି ନିନଣ୍ଡରଥାଲ ମାନବର ଜିନମ ସୀକ୍ୱେନ୍ସିଂରେ ସେ ସଫଳତା ପାଇଛନ୍ତି । ନିଜର ଯୁଗାନ୍ତକାରୀ ଗବେଷଣା ମାଧ୍ୟମରେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ସ୍ୱାନ୍ତେ ପେବୋ ।

ସେହିପରି ଏକ ଅଜଣା ଆଦିମାନବ ଡେନିସୋଭା ଉପରେ ଚାଞ୍ଚଲ୍ୟକର ଉଦ୍ଭାବନ କରିଛନ୍ତି । ଏହି ଆଦିମାନବରୁ ବର୍ତ୍ତମାନ ବିଲୁପ୍ତ ଆଦିମାନବ ଓ ପରେ ମଣିଷକୁ ଗୁଣସୂତ୍ର ସ୍ଥାନାନ୍ତର ହୋଇଛି । ଆସନ୍ତାକାଲି ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହେବ । COVID ମହାମାରୀ ସମୟରେ ଚିକିତ୍ସା ବିଜ୍ଞାନ ଚ୍ୟାଲେଞ୍ଜିଙ୍ଗ ସ୍ଥିତିରେ ଥିବା ବେଳେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ମଙ୍ଗଳବାର ଘୋଷଣା କରାଯିବ। ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ବୁଧବାର ଏବଂ ସାହିତ୍ୟରେ ଗୁରୁବାର ଘୋଷଣା କରାଯିବ।

ସୂଚନାଯୋଗ୍ୟ, ଉଦ୍‌ଭାବକ ଆଲ୍‌ଫ୍ରେଡ୍‌ ନେବେଲ୍‌ଙ୍କ ଇଚ୍ଛାକୁ ଆଧାର କରି ମାନବଜାତିର ପ୍ରଭୁତ୍ବ ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ନରନାରୀ ଓ ସଙ୍ଗଠନଗୁଡ଼ିକୁ ୧୯୦୧ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.