ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା: ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିବ ନୋବେଲ

ନୂଆଦିଲ୍ଲୀ : ୨୦୨୨ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷିତ। ତିନିଜଣ ପଦାର୍ଥ ବିଜ୍ଞାନୀଙ୍କୁ ମିଳିତ ଭାବେ ନୋବେଲ ଘୋଷଣା କରିଛି ସ୍ୱିଡିଶ ଏକାଡେମୀ। ଆଲେନ ଆସ୍ପେକ୍ଟ, ଜନ୍.ଏଫ କ୍ଲଷ୍ଟର ଓ ଆଣ୍ଟନ ଜେଇଲିଙ୍ଗରଙ୍କୁ ମିଳିତ ଭାବେ ନୋବେଲ ପୁରସ୍କାର କରାଯାଇଛି। ଜଟିଳ ଫୋଟୋନ୍ର ପ୍ରୟୋଗ ପାଇଁ, ବେଲ୍ ଅସମାନତା ଉଲ୍ଲଙ୍ଘନର ସ୍ଥାପନା ଓ କ୍ୱାଣ୍ଟମ ସୂଚନା ବିଜ୍ଞାନରେ ଅଗ୍ରଣୀ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।
ସୋମବାରଠାରୁ ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଛି । ପ୍ରଥମେ ମେଡିସିନ ପାଇଁ ସ୍ୱେଣ୍ଟ ପାବୋଙ୍କୁ ଏହି ପୁରସ୍କାର ପାଇଁ ଘୋଷଣା ହୋଇଥିଲା । ଏହି ସପ୍ତାହରେ ବୁଧବାର ରସାୟନ ବିଜ୍ଞାନ ଓ ଗୁରୁବାର ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା ହେବ । ସେହିପରି ୧୦ ତାରିଖରେ ଅର୍ଥଶାସ୍ତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା ହେବ ।