ରସାୟନବିଜ୍ଞାନ ପାଇଁ ନୋବେଲ ଘୋଷଣା: ମିଳିତଭାବେ ୩ ରସାୟନ ବିଜ୍ଞାନୀଙ୍କୁ ନୋବେଲ ପୁରସ୍କାର

କେନ୍ୟୁଜ୍(ବ୍ୟୁରୋ):  ୨୦୨୨ ବର୍ଷ ପାଇଁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷିତ। ୩ ରସାୟନ ବିଜ୍ଞାନୀଙ୍କୁ ମିଳିବ ନୋବେଲ ପୁରସ୍କାର। ରସାୟନ ବିଜ୍ଞାନୀ କାରୋଲିନ ଆର. ବର୍ଟୋଜି, ମର୍ଟିନ ମେଲ୍‌ଡାଲ ଓ କେ. ବାରି ସାର୍ପଲେସଙ୍କୁ ମିଳିତ ଭାବେ ମିଳିବ ନୋବେସ। କ୍ଲିକ କେମିଷ୍ଟ୍ରି ଓ ବାଇଓଅର୍ଥୋଗୋନାଲ କେମିଷ୍ଟ୍ରିର ବିକାଶରେ ଗବେଷଣା ପାଇଁ ନୋବେଲ ପୁରସ୍କାର ଘୋଷଣା କରିଛି ରୟାଲ ସ୍ୱିଡିଶ ଏକାଡେମୀ।

କାରୋଲିନ ଆର. ବର୍ଟୋଜି ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ମର୍ଟିନ ମେଲ୍‌ଡାଲ ଡେନମାର୍କର ୟୁନିଭର୍ସିଟି ଅଫ କୋପେନହାଗେନ ଓ କେ. ବାରି ସାର୍ପଲେସ ଆମେରିକାର ସ୍କ୍ରିପ୍‌ସ ରିସର୍ଚ୍ଚରେ ଗବେଷଣା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.