ନୋବେଲ ବିଜେତା ବି.ଏସ୍ ନାୟପଲଙ୍କ ପରଲୋକ

ସାହିତ୍ୟରେ ନୋବେଲ ଜିତିଥିବା ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ଲେଖକ ନାୟପଲଙ୍କ ଲଣ୍ଡନ ସ୍ଥିତ ଘରେ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ୧୯୩୨ ମସିହା ଅଗଷ୍ଟ ୧୭ ତାରିଖରେ ତ୍ରିନିଦାଦର ଚଗବାନସରେ ତାଙ୍କ ଜନ୍ମ ହୋଇଥିଲା । ୨୦୦୧ରେ ସେ ସାହିତ୍ୟ ପାଇଁ ନୋବେଲ ସମ୍ମାନରେ ସମ୍ମାନିତ ହୋଇଥିଲେ । ୧୯୭୧ରେ ସେ ବୁକର ପ୍ରାଇଜ ପାଇଥିଲେ ।

ନିଜ ସାହତ୍ୟ ଜୀବନରେ ସେ ୩୦ରୁ ଅଧିକ ପୁସ୍ତକ ଲେଖିଛନ୍ତି । ଏହା ସହ ଅନେକ ନିବନ୍ଧ ମଧ୍ୟ ସେ ଲେଖିଛନ୍ତି । ସାହିତ୍ୟ କ୍ଷେତ୍ରରେ ଯୋଗଦାନ ପାଇଁ ୨୦୦୮ରେ ‘ଦ ଟାଇମ୍ସ’ ୫୦ ଜଣ ମହାନ ବ୍ରିଟିଶ ଲେଖକଙ୍କ ମଧ୍ୟରୁ ନାୟପଲଙ୍କୁ ୭ ନମ୍ବର ସ୍ଥାନ ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.