ଆଇନକୁ ହାତକୁ ନେଲେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ । ଆଇନକୁ ହାତକୁ ନେଲେ କଡ଼ା କାର୍ୟ୍ୟାନୁଷ୍ଠାନ ହେବ । ଗୋ ରକ୍ଷା ନାଁରେ ହିଂସା ଓ ସନ୍ଦେହରେ ଅଜଣା ଲୋକଙ୍କୁ ଆକ୍ରମଣ ସମ୍ପର୍କିତ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ନିର୍ଦ୍ଦେଶ ଦେଇଛନ୍ତି, ଏନେଇ ସରକାର ଗାଇଡଲାଇନ୍ ପ୍ରସ୍ତୁତ କରିବେ । ଏହାକୁ କାର୍ୟ୍ୟକାରୀ କରିବା ପାଇଁ ୪ ସପ୍ତାହ ଦିଆଯାଇଛି। ସମ୍ବିଧାନର ବ୍ୟବସ୍ଥା ଅନୁସାରେ କାମ କରିବାକୁ କହିଛନ୍ତି କୋର୍ଟ।

ସେହିପରି ଏନେଇ ଆଇନ ଆଣିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୋରକ୍ଷା ନାଁରେ ଦେଶରେ ହେଉଥିବା ହିଂସାକାଣ୍ଡକୁ ରୋକିବା ଓ ସନ୍ଦେହରେ ଅଜଣା ଲୋକଙ୍କୁ ଆକ୍ରମଣ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.