ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ

ନୋଏଲ ଟାଟା ହେଲେ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ । ନୋଏଲଙ୍କୁ ଟାଟା ଟ୍ରଷ୍ଟର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ବୁଧବାର ରତନ ଟାଟାଙ୍କ ନିଧନ ପରେ ଆଜି ମୁମ୍ବାଇରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ଟାଟା ଟ୍ରଷ୍ଟର ନୂଆ ଚେୟାରମ୍ୟାନ କରାଯାଇଛି । ବୈଠକରେ ସମସ୍ତଙ୍କ ସହମତିରେ ଏହି ନିଷ୍ପତ୍ତି ନିଆଯାଇଛି ।
ନୋଏଲଙ୍କୁ ଟାଟା ଗ୍ରୁପ୍ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଚାରିଟେବୁଲ ଅନୁଷ୍ଠାନ ସାର୍ ରତନ ଟାଟା ଟ୍ରଷ୍ଟ ଏବଂ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ସେ ଟ୍ରଷ୍ଟି ଭାବରେ ଏହି ଅନୁଷ୍ଠାନଗୁଡ଼ିକରେ ଜଡ଼ିତ ଥିଲେ । ବର୍ତ୍ତମାନ ତାଙ୍କୁ ଟାଟା ଟ୍ରଷ୍ଟର ଚେୟାରମ୍ୟାନ ନିଯୁକ୍ତ କରାଯାଇଛି ।