ନୋଏଡାର ହସ୍ପିଟାଲରେ ନିଆଁ, ହଠାତ୍ ଚାରିଆଡ ହୋଇଗଲା ଧୂଆଁ

ନୋଏଡା : ନୋଏଡାର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ହୋଇଛି। ସେକ୍ଟର ୧୨ରେ ରହିଛି ଏହି ହସ୍ପିଟାଲ। ହଠାତ୍ ହସ୍ପିଟାଲ ଭିତରକୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହାପରେ ଆରମ୍ଭ ହୋଇଛି ଉଦ୍ଧାର ଅଭିଯାନ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ଲୋକଙ୍କୁ ଉଦ୍ଧାର କାର‌୍ୟ୍ୟରେ ଲାଗିଛନ୍ତି। କିଛି ଲୋକ ହସ୍ପିଟାଲ କାଚ ଭାଙ୍ଗି ବାହାରକୁ ଡ଼େଇଁ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ କ୍ଷୟକ୍ଷତି ଓ ଆହତ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନାହିଁ। ବର୍ତ୍ତମାନ ବି ଜାରି ରହିଛି ଉଦ୍ଧାର କାର‌୍ୟ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.