ଦେଶ ବିଦେଶ

ନୋଏଡା ଟ୍ଵିନ ଟାଓ୍ଵାର : ମାତ୍ର ୧୨ ସେକେଣ୍ଡରେ ଧ୍ୱଂସ ହେବ ୩୨ ମହଲା ବିଲିଡିଂ, ଖର୍ଚ୍ଚ ହେବ ୧୭.୫୫ କୋଟି ଟଙ୍କା, ଧ୍ୱଂସବିଶେଷରୁ ମିଳିବ ୧୩ କୋଟି ଲାଭ

ଉତ୍ତରପ୍ରଦେଶ ନୋଏଡା ସେକ୍ଟର-୯୩ ଏ ସ୍ଥିତ ଟ୍ଵିନ ଟାଓ୍ଵାର ଭାଙ୍ଗିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି। ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଟାଓ୍ଵାରକୁ ୨୮ ଅଗଷ୍ଟକୁ ବ୍ଲାଷ୍ଟ କରି ଧ୍ୱସ୍ତ କରାଯିବ। ୩୨ ମହଲା ବିଶିଷ୍ଟ ଏହି ବିଲିଡିଂକୁ ବିସ୍ଫୋଟକ ସାହାଯ୍ୟରେ ଧ୍ୱଂସ କରାଯିବ। ବ୍ଲାଷ୍ଟ ହେବା ଦିନ ଆଖପାଖରେ ଥିବା ଆପାର୍ଟମେଣ୍ଟକୁ ଖାଲି କରାଯିବ। ଯାହାର ସୂଚନା ପୂର୍ବରୁ ସ୍ଥାନୀୟ ବିଲିଡିଂକୁ ଦିଆଯାଇସାରିଛି। ଏହାର ୫୦୦ ମିଟର ଆଖପାଖରେ କୌଣସି ବିଲିଡିଂରେ କେହି ବି ରହିପାରିବେ ନାହିଁ। ସକାଳ ୬ଟା ବେଳକୁ ଅଞ୍ଚଳକୁ ଖାଲି କରିଦିଆଯିବ। ଏହା ପରେ ବିଜୁଳି, ଗ୍ୟାସ ଏବଂ ପାଣିର ସଂଯୋଗକୁ ବନ୍ଦ କରିଦିଆଯିବ ବୋଲି ସୂଚନା ରହିଛି।

କେବଳ ସେତିକି ନୁହେଁ ବ୍ଲାଷ୍ଟ କରୁଥିବା ଏଜେନ୍ସୀ ବ୍ଲାଷ୍ଟ ପରେ ଆଖପାଖରେ ଥିବା ବିଲିଡିଂକୁ ଯାଇ ଯାଞ୍ଚ କରିବ। ଏହା ପରେ ସନ୍ଧ୍ୟା ୬ଟା ପରେ ଖାଲି କରିଥିବା ଘରର ଲୋକଙ୍କୁ ଘରକୁ ଯିବାକୁ ଅନୁମତି ମିଳିବ।

ଆମ୍ବୁଲାନ୍ସ, ଡାକ୍ତରୀ ଟିମ୍‌, ହସପିଟାଲ ବେଡ ବୁକ୍‌ :

ତେବେ ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ପାଖରେ ଥିବା ହସପିଟାଲ ବେଡ୍‌ ପୂର୍ବରୁ ବୁକ୍‌ କରାଯାଇଛି। ଘଟଣାସ୍ଥଳରେ ୬ଟି ଡାକ୍ତରୀ ଟିମ୍‌, ୬ଟି ଆମ୍ବୁଲାନ୍ସ ଉପସ୍ଥିତ ରହିବ। ବିଲିଡିଂ ଧ୍ୱଂସ ହେବା ସମୟରେ ଧୂଳି ୧୫୦ ମିଟର ଉଚ୍ଚ ପର୍ଯ୍ୟନ୍ତ ଉଡିପାରେ, ତେଣୁ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସାମ୍ନା କରିବାକୁ ପଡିପାରେ।

ବନ୍ଦ ରହିବ ନୋଏଡା ଏକ୍ସପ୍ରେସ ୱେ :

ଅଗଷ୍ଟ ୨୮ରେ ଦିନ ୨.୧୫ରୁ ୨.୪୫ ପର୍ଯ୍ୟନ୍ତ ନୋଏଡା ଏକ୍ସପ୍ରେସ ୱେ ବନ୍ଦ ରହିବ। ମହାମାୟା ଫ୍ଲାଏଓଭରରୁ ରୁଟ୍‌ ଡାଇଭର୍ଟ କରାଯିବ। କେବଳ ଏତିକି ନୁହେଁ, ଟାଓ୍ଵାର ଏକ କିମି ଅଞ୍ଚଳରେ ମଧ୍ୟରେ କାହାକୁ ଯିବା ଆସିବା ପାଇଁ ଅନୁମତି ଦିଆଯାଇନାହିଁ। କେବଳ ମିଡିଆ ସହିତ ଜଡିତ ଲୋକ କଭରେଜ ପାଇଁ କିଛି ଦୂର ପର୍ଯ୍ୟନ୍ତ ଯାଇପାରିବେ।

କେମିତି କରାଯିବ ବ୍ଲାଷ୍ଟ :

ବିଲିଡିଂ ବ୍ଲାଷ୍ଟ କରିବା କାମରେ ଏଡିଫିସ ଏବଂ ସାଉଥ ଆଫ୍ରିକାର ଜେଟ କମ୍ପାନୀ କରୁଛି। ବିଲିଡିଂକୁ ଭାଙ୍ଗିବା ପାଇଁ ପାଖାପାଖି ୯୬୪୦ ଗାତ କରାଯାଇଛି। ଯେଉଁଥିରେ ୩,୭୦୦ କିଲୋ ବିସ୍ଫୋରକ ଲଗାଯାଇଛି। କୁହାଯାଉଛି, ମାତ୍ର ୧୨ ସେକେଣ୍ଡରେ ଧ୍ୱଂସ ହେବ ୩୨ ମହଲା ବିଶିଷ୍ଟ ବିଲିଡିଂ। ଏଥିପାଇଁ ସବୁ ପ୍ରସ୍ତୁତି ସରିଛି। ଟାଓ୍ଵାର ପାଖରେ ଥିବା ଘରର ଆଥିକ କ୍ଷତି ପାଇଁ ଏଜେନ୍ସୀ ୧୦୦ କୋଟି ଟଙ୍କାର ବୀମା କରିଛି। ଯଦି ବ୍ଲାଷ୍ଟ ସମୟରେ କୌଣସି ଘରକୁ କ୍ଷତି ପହଞ୍ଚେ, ତେବେ ବୀମା ଜରିଆରେ ସେ ନିଜର କ୍ଷତିପୂରଣ ପାଇପାରିବେ।

Photo credit: News 9 Live

ଟ୍ଵିନ ଟାଓ୍ଵାର ଭାଙ୍ଗିବା ଖର୍ଚ୍ଚ:

ଟ୍ଵିନ ଟାଓ୍ଵାର ଭାଙ୍ଗିବା ପାଇଁ ୧୭.୫୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଖର୍ଚ୍ଚ ଟାଓ୍ଵାର ତିଆରି କରୁଥିବା ସୁପରଟେକ କମ୍ପାନୀ ଦେବ। ଟାଓ୍ଵାର ଭାଙ୍ଗିବା ଦ୍ୱାରା ୩ ହଜାର ଟ୍ରକ ଧ୍ୱଂସବିଶେଷ ମିଳିବ। ଯାହାର ଦାମ୍‌ ପାଖାପାଖି ୧୩ କୋଟି ଟଙ୍କା। ଏହାକୁ ସଫା କରିବା ପାଇଁ ୩ ମାସ ସମୟ ଲାଗିଲ। ଆଉ ଏଥିରୁ ୪ ହଜାର ଟନ ଷ୍ଟିଲ ବାହାରିବାର ଅନୁମାନ କରାଯାଉଛି।

କ’ଣ ରହିଛି ମାମଲା :

ଟ୍ଵିନ ଟାଓ୍ଵାର ବିବାଦ ଅନେକ ବର୍ଷ ପୁରୁଣା। ପ୍ରଥମରୁ ଏହାକୁ ଭାଙ୍ଗିବା ପାଇଁ ସମୟ ଧାର୍ଯ୍ୟ ହୋଇସାରିଥିଲେ ମଧ୍ୟ ଅନେକ ଥର ବିଭିନ୍ନ କାରଣ ଯୋଗୁଁ ଶେଷ ସମୟରେ କାମ ହୋଇପାରିନାହିଁ। ୨୦୦୪ରେ ନୋଏଡାର ବିକାଶ ପ୍ରାଧିକରଣ ସୁପରଟେକ କମ୍ପାନୀକୁ ନୋଏଡା ସେକ୍ଟର-୯୩ ଏରେ ଏକ ହାଉସିଂ ସୋସାଇଟି ପାଇଁ ଜମି ଦେଇଥିଲା। ସୁପରଟେକ କମ୍ପାନୀ ଏଥିରେ ୧୪ଟି ଟାଓ୍ଵାର ଏବଂ ଏକ ସପିଂ କମ୍ପ୍ଲେକ୍ସ କରିବାର ଥିଲା। ସମସ୍ତ ଟାଓ୍ଵରକୁ ୯ ଟି ଫ୍ଲୋର ପର୍ଯ୍ୟନ୍ତ କରିବାର ଥିଲା। ସୁପରଟେକ କମ୍ପାନୀ ଏମରୋଲ୍ଡ କୋର୍ଟ ନାମରେ ଏକ ହାଉସିଂ ସୋସାଇଟି ନିର୍ମାଣ କରିଥିବା ଆରମ୍ଭ କରିଥିଲା। ଜୁନ୍‌ ୨୦୦୬ରେ ପ୍ଲାନରେ କିଛି ପରିବର୍ତ୍ତନ କରାଯାଇଥିଲା ଏବଂ ନୋଏଡା ପ୍ରାଧିକରଣ ଅତିରିକ୍ତ ଜମି ଦେଇ୧୫ ଟାଓ୍ଵାରରେ୧୧ଟି ଫ୍ଲୋରର ପାଖାପାଖି ୬୮୯ ପ୍ଲାଟ କରିବା ପାଇଁ କହିଥିଲା।

ଯେଉଁମାନେ ଫ୍ଲାଟ କିଣିବେ କମ୍ପାନୀ ସେମାନଙ୍କୁ ମନଲୋଭା ଅଫର ଦେଇଥିଲା। ଯାହା ପରେ ଫ୍ଲାଟ ବୁକିଂ ବଢିଯାଇଥିଲା। କିନ୍ତୁ ଏହା ମଧ୍ୟରେ ୨୦୦୯ରେ ସୁପରଟେକ ନୋଏଡା ବିକାଶ ପ୍ରାଧିକରଣ ସହିତ ବୁଝାମଣା କରି ସୋସାଇଟି ସାମ୍ନାରେ ଦୁଇଟି ବିଶାଳକାୟT-16, T-17 ଟାଓ୍ଵର କରିଥିଲା। ଯାହା ଟ୍ଵିନ ଟାଓ୍ଵାର ନାମରେ ବେଶ୍‌ ଜଣାଶୁଣା ହେଲା।

ଟ୍ଵିନ୍‌ ଟାଓ୍ଵାର ପାଇଁ ଖର୍ଚ୍ଚ କେତେ :

ମିଡିଆ ରିପୋର୍ଟ ମୁତାବକ, ସୁପରଟେକ କମ୍ପାନୀ ୯୫୦ ଫ୍ଲାଟ ତିଆରି କରିଥିବା ଟ୍ଵିନ୍‌ ଟାଓ୍ଵାର ତିଆରି କରିବା ପାଇଁ ୩୦୦ କୋଟି ଟଙ୍କା ଖର୍ଚ୍ଚ କରିଛି। ଫ୍ଲାଟର ମାର୍କେଟ ଦାମ୍‌ ୮୦୦ କୋଟି ରହିଛି।

ଥାନାରେ ମାମଲା:

ଯେଉଁମାନେ ପ୍ରଲୋଭିତ ହୋଇ ଫ୍ଲାଟ୍‌ ବୁକ୍‌ କରିଥିଲେ। ସେମାନେ ଏହାକୁ ପ୍ରଥମରୁ ବିରୋଧ କରିଥିଲେ। କିନ୍ତୁ ବିଲ୍ଡର ମାନିନଥିଲେ। ତା’ ପରେ ଫ୍ଲାଟ ବୁକ୍‌ କରିଥିବା ଲୋକ ଆଇନର ସହାୟତା ନେଇଥିଲେ। ମାମଲା ପ୍ରଥମେ ସ୍ଥାନୀୟ ଅଦାଲତାରୁ ଆରମ୍ଭ ହୋଇ ୨୦୧୨ରେ ଆଲାହାବାଦ ହାଇକୋର୍ଟରେ ପହଞ୍ଚିଥିଲା। ଦେଢବର୍ଷ ଆଇନଗତ ଲଢେଇ ପରେ ୨୦୧୪ରେ କୋର୍ଟ ଏହାକୁ ଧ୍ୱଂସ କରିବାକୁ ନିଷ୍ପତ୍ତି ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ହାଇକୋର୍ଟରେ ମାମଲା ପହଞ୍ଚିଲା ବେଳକୁ ଟ୍ଵିନ ଟାଓ୍ଵାର ମାତ୍ର ୧୩ ମହଲା ପର୍ଯ୍ୟନ୍ତ ନିର୍ମାଣ ହୋଇଥିଲା କିନ୍ତୁ ମାତ୍ର ଦେଢ ବର୍ଷରେ ସୁପରଟେକ କମ୍ପାନୀ ୩୧ ମହଲା ବିଶିଷ୍ଟ ବିଲିଡିଂକୁ ନିର୍ମାଣ କରିଥିଲା। ତେବେ ୨୦୨୧ ଅଗଷ୍ଟ ୩୧ରେ ସୁପ୍ରିମକୋର୍ଟ ଏହାକୁ ଭାଙ୍ଗିବା ପାଇଁ ଆଦେଶ ଦେଇଥିଲେ। ଯାହା ଏପର୍ଯ୍ୟନ୍ତ ଭିନ୍ନ ଭିନ୍ନ କାରଣ ଯୋଗୁଁ ଘୁଞ୍ଚି ଘୁଞ୍ଚି ଶେଷରେ ୨୮ ଅଗଷ୍ଟ ୨୦୨୨ରେ ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯାଇଛି।

 

Swagatika

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

25 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

37 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

49 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

53 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago