୧୮୦ କୋଟି ଋଣ ପରିଶୋଧ ନ କରିବା ମାମଲା: ପଳାତକ ବିଜୟ ମାଲ୍ୟାଙ୍କ ବିରୋଧରେ NBW ଜାରି
![vija](https://knewsodisha.com/wp-content/uploads/2024/07/vija.jpg)
ବଢ଼ିଲା ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଅଡୁଆ । ତାଙ୍କ ବିରୋଧରେ ଜାରି ହେଲା NBW । ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ୧୮୦ କୋଟି ଋଣ ପରିଶୋଧ ନ କରିବା ମାମଲାରେ NBW ଜାରି କରିଛି । ୨୦୦୭ରୁ ୨୦୧୨ ମଧ୍ୟରେ ଋଣ ନେଇଥିଲେ ବିଜୟ ମାଲ୍ୟା । ଏହି ମାମଲାରେ ବିଜୟ ମାଲ୍ୟାଙ୍କ ସମେତ ମୋଟ ୧୦ ଜଣ ଅଭିଯୁକ୍ତ ଅଛନ୍ତି ।
ଅଗଷ୍ଟ ୨୦୧୬ରେ ଏହି ମାମଲାରେ ଏଫ୍ଆଇଆର୍ ରୁଜୁ ହୋଇଥିଲା । ସମସ୍ତ ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ସମନ ଜାରି କରାଯାଇଛି । କିନ୍ତୁ ପଳାତକ ବିଜୟ ମାଲ୍ୟାଙ୍କ ପାଇଁ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି । ଇଡି ଦ୍ୱାରା ଅନୁସନ୍ଧାନ କରାଯାଉଥିବା ମନି ଲଣ୍ଡରିଂ ମାମଲାରେ ବିଜୟ ମାଲ୍ୟାଙ୍କୁ ପଳାତକ ଘୋଷଣା କରାଯାଇଛି ।