ଦେଶରେ ଅଣ ବିଜେପି ଅଣ କଂଗ୍ରେସ ସରକାର ଗଠନର ସମ୍ଭାବନା ନାହିଁ : ଏମ୍‌ କେ ଷ୍ଟାଲିନ

କେନ୍ୟୁଜ୍: ଦେଶରେ ଅଣ ବିଜେପି ଅଣ କଂଗ୍ରେସ ସରକାର ଗଠନର ସମ୍ଭାବନା ନାହିଁ। ଏହା କହିଛନ୍ତି ଡିଏମ୍‌କେ ମୁଖ୍ୟ ଏମ୍‌ କେ ଷ୍ଟାଲିନ। ଅଣ କଂଗ୍ରେସ ଅଣ ବିଜେପି ଫେଡେରାଲ ଫ୍ରଣ୍ଟ ନେଇ ଉଦ୍ୟମ କରୁଥିବା ଟିଆରଏସ୍‌ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଗତକାଲି ଷ୍ଟାଲିନଙ୍କୁ ଭେଟିଥିଲେ। ଷ୍ଟାଲିନ କହିଛନ୍ତି, କେସିଆରଙ୍କ ସହ ମେଣ୍ଟ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇ ନଥିଲା। ସେ ତାମିଲନାଡୁର ବିଭିନ୍ନ ମନ୍ଦିରରେ ପ୍ରାର୍ଥନା ପାଇଁ ଆସିଥିଲେ। ଥାର୍ଡ ଫ୍ରଣ୍ଟ ପ୍ରସଙ୍ଗ ପ୍ରଶ୍ନର ଉତ୍ତରରେ ଷ୍ଟାଲିନ କହିଛନ୍ତି, ଏହାର କୌଣସି ସମ୍ଭାବନା ନାହିଁ। ତଥାପି ମେ ୨୩ ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ମତ ରଖିଛନ୍ତି ଡିଏମ୍‌କେ ମୁଖ୍ୟ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.