ମହାରାଷ୍ଟ୍ରରେ ମାଛ ମାଂସ ମନା, ଦେହୁରେ ମାଛ ଓ ମାଂସ ଉପରେ ପ୍ରତିବନ୍ଧକ ଲଗାଇଲା ପ୍ରଶାସନ

କଞ୍ଚା ଓ ରନ୍ଧା ମାଂସ ମାଛ ଉପରେ ଏହି ନିଷେଧାଦେଶ ଲାଗୁ ହୋଇଛି । ମହାରାଷ୍ଟ୍ରର ଭକ୍ତ ପରମ୍ପରା ସହିତ ଜଡିତ ପ୍ରସିଦ୍ଧ ସାଧୁମାନଙ୍କ ମଧ୍ୟରୁ ତୁକାରାମ ଅନ୍ୟତମ । ୧୭ତମ ଶତାବ୍ଦୀରେ ତୁକାରାମ ଏହି ସହରରେ ଜନ୍ମ ଗ୍ରହଣ କରିଥିଲେ । ଏବଂ ପ୍ରତିଦିନ ତାଙ୍କର ହଜାର ହଜାର ଭଜକ୍ତ ତାଙ୍କ ମନ୍ଦିର ପରିଦର୍ଶନ କରନ୍ତି । ଦେହୁ ନଗର ପଞ୍ଚାୟତର ମୁଖ୍ୟ ଅଧିକାରୀ ପ୍ରଶାନ୍ତ ଯାଦବ କହିଛନ୍ତି ଫେବୃଆରୀ ୨୫ରେ ପଞ୍ଚାୟତର ସାଧାରଣ ସଭାରେ ସ୍ଥାନୀୟ ବାସିନ୍ଦାଙ୍କ ଭାବନାକୁ ଦୃଷ୍ଟିରେ ରଖି ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି । ଦେହୁ ସହରରେ ମାଛ ଏବଂ ମାଂସର ପ୍ରସ୍ତାବ ସର୍ବସମ୍ମତିରେ ହିଁ ପାରିତ ହେଲା ।

ସେ କହିଛନ୍ତି କି ଏହା ଏକ ମନ୍ଦିର ନଗର ହୋଇଥିବାରୁ ପୂର୍ବରୁ କେବଳ ଅଲ୍ପକିଛି ଦୋକାନରେ ମାଶାହାରୀ ସାମଗ୍ରୀ ବିକ୍ରି ହେଉଥିଲା । କିନ୍ତୁ ବର୍ତ୍ତମାନ ସେଗୁଡିକ ବି ବନ୍ଦ ହୋଇଯାଇଛି । ତୁକାରାମ ମନ୍ଦିର ଟ୍ରଷ୍ଟର ଅନ୍ୟତମ ଟ୍ରଷ୍ଟି ସଞ୍ଜୟ ମୋରେ କହିଛନ୍ତି କି ନଗରରେ ମାଛ ଓ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ସବୁ ଦିଗରୁ ଦାବି ହୋଇଛି । ତେବେ ଉଲ୍ଲେଖନୀୟ ବିଷୟ ହେଉଛି ମରାଠୀ ପରମ୍ପରାରେ ତୁକାରାମଙ୍କୁ ସର୍ବଶ୍ରେଷ୍ଠ ନାମ ଭାବରେ ପରିଗଣିତ କରାଯାଇଛି । ପୁଣେ ପାଖରେ ଥିବା ଦେହୁ ଗାଥା ମନ୍ଦିର ହେଉଛି ତୁକାରାମଙ୍କ ଉତ୍ତରାଧିକାରୀ । ଯେଉଁଠାରେ ତାଙ୍କ କବିତା କାନ୍ଥରେ ଖୋଦିତ ହୋଇଛି । ତାଙ୍କ ସ୍ମ୍‌ୃତିରେ ହେଉଥିବା ଉତ୍ସବରେ ଲକ୍ଷ ଲକ୍ଷ ଭକ୍ତ ଏକତ୍ରିତ ହୋଇଆସୁଛନ୍ତି ।

Leave A Reply

Your email address will not be published.