ଚଳିତବର୍ଷ ହେବ ସ୍ୱାଭାବିକ ମୌସୁମୀ ବର୍ଷା, ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ

୨୦୨୩ ମୌସୁମୀ ବର୍ଷା ଜୁନରୁ ସେପ୍ଟେମ୍ବର ମଧ୍ୟରେ ସାରା ଦେଶରେ ସ୍ୱାଭାବିକ ବର୍ଷା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଦ୍ୱିତୀୟ ସ୍ତର ଦୀର୍ଘ ଅବଧି ଆକଳନରୁ ଏହା ଜଣାପଡ଼ିଛି ।

ନୂଆଦିଲ୍ଲୀ : ଏଥର ଦେଶରେ ସ୍ୱାଭାବିକ ମୌସୁମୀ ବର୍ଷା ହେବ । ୨୦୨୩ ମୌସୁମୀ ବର୍ଷା ଜୁନରୁ ସେପ୍ଟେମ୍ବର ମଧ୍ୟରେ ସାରା ଦେଶରେ ସ୍ୱାଭାବିକ ବର୍ଷା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଦ୍ୱିତୀୟ ସ୍ତର ଦୀର୍ଘ ଅବଧି ଆକଳନରୁ ଏହା ଜଣାପଡ଼ିଛି । ତେବେ ଆଗାମୀ ଜୁନ ମାସରେ ନିଅଣ୍ଟିଆ ବର୍ଷା ସମ୍ଭାବନା ରହିଛି । ଜୁନରେ ଦିନ ତାପମାତ୍ରା ସ୍ୱାଭାବିକଠୁ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ଜୁନ ୪ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଲ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.