ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ବଦଳିଲା ୨୧ଟି ଟ୍ରେନ୍ର ଗତିପଥ, ୨ଟି ଟ୍ରେନ୍ ବାତିଲ୍
ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ୍ରୁ ଆସାମର ଗୌହାଟୀ ଅନ୍ତର୍ଗତ କାମାକ୍ଷା ଜଙ୍କ୍ସନ୍ ଅଭିମୁଖେ ଯାଉଥିବା ବେଳେ ‘ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍’ର ୨୧ଟି ବଗି ଧାରଣାଚ୍ୟୁ ହୋଇଥିଲା।
ପାଟନା: ପୁଣି ରେଳ ଦୁର୍ଘଟଣା । ବିହାର ବକ୍ସର ଜିଲ୍ଲାର ରଘୁନାଥପୁରରେ ନର୍ଥ-ଇଷ୍ଟ- ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାରେ ୪ ମୃତ, ଶତାଧିକ ଆହତ। ଦାନାପୁର ଡିଭିଜନର ବକ୍ସର ଆରା ମଧ୍ୟରେ ଥିବା ରଘୁନାଥପୁର ଷ୍ଟେସନ ନିକଟରେ ଟ୍ରେନର ଏକ ବଗି ସଂପୂର୍ଣ୍ଣ ପଲଟି ଯାଇଥିବାବେଳେ ୨୧ଟି ବଗି ଲାଇନଚ୍ୟୁତ ହୋଇଛି । ରାତି ପାଖାପାଖି ୯ଟା ୩୫ ମିନିଟରେ ଟ୍ରେନଟି ଲାଇନଚ୍ୟୁତ ହୋଇଛି। NDRF, SDRF, ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛି।
ତେବେ ଗତକାଲି ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଆଜି ସକାଳେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ। ଆହତ ମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ସୁପରଫାଷ୍ଟ ଟ୍ରେନଟି ଦିଲ୍ଲୀରୁ ଗୌହାଟୀର କାମାକ୍ଷା ଅଭିମୁଖେ ଯାଉଥିଲା। ଦୁର୍ଘଟଣା ପରେ ଏହି ମାର୍ଗରେ ସମସ୍ତ ରେଳ ଚଲାଚଳକୁ ବନ୍ଦ କରି ଦିଆଯାଇଛି। ନର୍ଥେନ ରେଲୱେ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି ହୋଇଛି ।
ତେବେ ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ୍ରୁ ଆସାମର ଗୌହାଟୀ ଅନ୍ତର୍ଗତ କାମାକ୍ଷା ଜଙ୍କ୍ସନ୍ ଅଭିମୁଖେ ଯାଉଥିବା ବେଳେ ‘ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍’ର ବଗି ଧାରଣାଚ୍ୟୁ ହୋଇଥିଲା। ଯାହା କୁହାଯାଇଛି କି, ୨ଟି ‘ଏସି ୩ ଟିୟର୍’ କୋଚ୍ ଓଲଟି ପଡ଼ିଥିବା ବେଳେ ଆଉ ବାକି କୋଚ୍ ଟ୍ରାକ୍ରୁ ଛିଟିକି ପଡ଼ିଛି । ରେଳ ମନ୍ତ୍ରାଳୟ କହିଛି, ସକାଳ ୭.୪୦ରେ ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ୍ରୁ ୨୩ଟି କୋଚ୍ ଥିବା ଏହି ଟ୍ରେନ୍ କାମାକ୍ଷା ଅଭିମୁଖେ ୩୩ଘଣ୍ଟିଆ ଯାତ୍ରା ଆରମ୍ଭ କରିଥିଲା ।ବକ୍ସର୍ ପୋଲିସ୍ ସୁପରିଣ୍ଟେଣ୍ଡେଣ୍ଟ୍ ମନୀଷ କୁମାର ଗଣମାଧ୍ୟମକୁ କହିଛନ୍ତି, ଦୁର୍ଘଟଣାରେ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି।
Deepest condolences for the irreparable loss. Will find the root cause of derailment.
— Ashwini Vaishnaw (@AshwiniVaishnaw) October 11, 2023
ରେଳବାଇ ପୋଲିସ ଫୋର୍ସର ଜଣେ ଅଧିକାରୀ କହିଛନ୍ତି ଆହତ ହୋଇଥିବା, ଶତାଧିକ ଯାତ୍ରୀଙ୍କୁ ସ୍ଥାନୀୟ ଡାକ୍ତରଖାନାମାନଙ୍କୁ ନିଆଯାଇଛି। ଗୁରୁତର ଆହତ ହୋଇଥିବା ଯାତ୍ରାମାନଙ୍କୁ ତୁରନ୍ତ ପାଟନାସ୍ଥିତ ‘ଏମ୍ସ୍’କୁ ପଠାଇ ଦିଆଯାଇଛି। ଦୁର୍ଘଟଣା ପରେ ପରେ ତୁରନ୍ତ ଆମ୍ବୁଲାନ୍ସ ଓ ଡାକ୍ତର ପଠାଯାଇ ଘଟଣାସ୍ଥଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ଏପଟେ ଏହି ରେଳପଥ ଦେଇ ଚଳାଚଳ କରୁଥିବା ପାଖାପାଖି ୨୧ଟି ଟ୍ରେନ୍ର ପଥ ପରିବର୍ତ୍ତନ କରାଯାଇଛି ଓ ୨ଟି ଟ୍ରେନ୍ ବାତିଲ କରାଯାଇଛି। ଏହାସହ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମୃତ ବ୍ୟକ୍ତିମାନଙ୍କ ପ୍ରତି ଶୋକ ବ୍ୟକ୍ତ କରି କହିଛନ୍ତି, ଧାରଣାଚ୍ୟୁତିର ମୂଳ କାରଣ ଜାଣିବା ପାଇଁ ସରକାର ତଦନ୍ତ ଆରମ୍ଭ କରାଇଛନ୍ତି।