ଶୀତ ଲହରୀରେ ଥରୁଛି ଉତ୍ତର ଭାରତ

ଶୀତ ଲହରୀରେ ଥରୁଛି ଉତ୍ତର ଭାରତ ।  ଦିଲ୍ଲୀ, ହରିୟାଣା, ପଞ୍ଜାବ ଓ ମଧ୍ୟପ୍ରଦେଶରେ ଶୀତ ଲହରୀ ।  ଚଣ୍ଡୀଗଡ଼ରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ଓ ଦିଲ୍ଲୀରେ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ପାଖାପାଖି ରହୁଛି  ।  ଜାମ୍ମୁକାଶ୍ମୀରରେ ବି ଶୀତର ରାଜ ।

ସେହିପରି ଉତ୍ତରପ୍ରଦେଶ ଏବଂ ରାଜସ୍ଥାନର କେତେକ ଅଞ୍ଚଳରେ ମଧ୍ୟ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି ।  ଆଗାମୀ ଦିନରେ ଉତ୍ତର ଭାରତରେ ଶୀତ ଲହରୀର ପ୍ରକୋପ ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।  ପ୍ରବଳ ଥଣ୍ଡା ଯୋଗୁ ବିଶେଷକରି ଗରିବ ଲୋକେ କଲବଲ ହେଉଛନ୍ତି ।