ଦେଶ ବିଦେଶ

ଉତ୍ତର କୋରିଆର ଏହି କୃର ଶାସକ କେବଳ ମଦରେ ଉଡ଼ାନ୍ତି କୋଟି କୋଟି ଟଙ୍କା

ଉତ୍ତର କୋରିଆକୁ ବିଶ୍ୱର ସବୁଠୁ ରହସ୍ୟମୟୀ ଦେଶ ଭାବେ ଗଣାଯାଏ । ତାଠାରୁ ଆହୁରି ଅଧିକ ରହସ୍ୟରେ ଭରା ସେଠାକାର ଶାସକ କିମ ଜନ ଉଂଗ । ବିଶ୍ୱର ବିଭିନ୍ନ ଦେଶ ମାନଙ୍କର ପ୍ରମୁଖ ଶାସକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରୁଥିବା ଏକ ସଂସ୍ଥାର ରିପୋର୍ଟ ଅନୁଯାୟୀ, ୨୦୧୮ ମସିହାରେ କିମଙ୍କ ପାଖରେ ୧୦ ବିଲିୟନ ଡ଼ଲାର ବା ୧୦ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ମହଜୂତ ଥିଲା । ୩୬ ବର୍ଷୀୟ କିମଙ୍କ ଅଧିକାଂଶ ସମ୍ପତ୍ତି ଆଫ୍ରିକାରୁ ଅବୈଧ ଭାବେ ଆସୁଥିବା ହାତୀ ଦାନ୍ତ, ମଦ, ନିଶା ଦ୍ରବ୍ୟ, ଡ୍ରଗ୍ସ କାରବାର ଆଦିରୁ ରୋଜଗାର ହୋଇଥାଏ । ଏମିତିକି ବିଶ୍ୱର ଅନେକ ଦେଶ ଯେମିତିକି ମଧ୍ୟ ଆମେରିକା, ୟୁରୋପ, ଏସିଆର ଅନେକ ବ୍ୟାଙ୍କରେ ତାଙ୍କ ନାଁରେ ଖାତା ବି ଅଛି । ଏହି ବ୍ୟାଙ୍କ ଖାତା ଗୁଡିକ ଭିନ୍ନ ଭିନ୍ନ ନାଁରେ ସଞ୍ଚାଳିତ ହୋଇଥାଏ ।

ଥରେ କିମଙ୍କ ଡକରା ରକ୍ଷା କରି ଉତ୍ତର କୋରିଆ ଗସ୍ତରେ ଯାଇଥିବା ପସିଦ୍ଧ ବାସ୍କେଟବଲ ଖେଳାଳି ଡେନିସ ରାଡ଼ମନଙ୍କ ଅନୁଯାୟୀ, କିମ ସ୍ୱଭାବରେ ଖୁବ ଖର୍ଚି । ବିଳାଶବ୍ୟସନରେ ଜୀବନ ଅତିବାହିତ କରିବାକୁ ଭଲପାନ୍ତି କିମ । ଏମିତିକି ନିଜ ପରିବାର ପିଛା ପ୍ରତିବର୍ଷ ୬୦୦ ମିଲିୟନ ଡ଼ଲାରରୁ ବା ଭାରତୀୟ ମୁଦ୍ରା ଅନୁଯାୟୀ ୪୦୫ କୋଟି ଟଙ୍କା ଖର୍ଚ୍ଚ କରନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ନିଜ ମଦ ପିଛା ବାର୍ଷିକ ୨୦ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରନ୍ତି କିମ । କୌଣସି ଉପାୟରେ ଉତ୍ତର କୋରିଆ ଛାଡି ଅନ୍ୟ ଦେଶ ମାନଙ୍କରେ ଶରଣ ନେଇଥିବା ଲୋକଙ୍କ ଅନୁଯାୟୀ, କିମ ବିଳାସମୟ ଜୀବନ ବଞ୍ଚିବାକୁ ଭଲପାନ୍ତି । ଏମିତିକି ବ୍ୟକ୍ତି ଗତ ଭାବେ ନିଜ ପାଇଁ ସୁପର ଜାଟ, ଦ୍ବୀପ, ରିସୋର୍ଟ ନିର୍ମାଣ କରିଛନ୍ତି ।

ଯେଉଁଠି ବର୍ଷର ଅଧିକାଂଶ ସମୟରେ ପାର୍ଟି କରିଥାନ୍ତି ଉତ୍ତର କୋରିଆର ଏହି କୃର ଶାସକ । ବାଇନ ଓ ଚିଜ ଖାଇବା ତାଙ୍କର ଖୁବ ପସନ୍ଦ । ବ୍ରିଟେନର ଏକ ଖବର ସଂସ୍ଥା ଅନୁଯାୟୀ, କିମଙ୍କ ପାଖରେ ଅନେକ ପ୍ରକାର ମାର୍ସିଡିଜ କାର ଅଛି । ଏମିତିକି ତାଙ୍କ ଗ୍ୟାରେଜରେ ଅନେକ ଲାବ୍ରୋଗିନି ଗାଡ଼ି ବି ମହଜୂତ ଅଛି | ନିଜ ବିଶ୍ଵସ୍ଥ କର୍ମଚାରୀଙ୍କୁ ଦାମୀ ଦାମୀ ଉପହାର ଦେବାକୁ ପଛାନ୍ତି ନାହିଁ କିମ । କହିରଖିବା ଉଚିତ ହେବକି, କିମ ଦୁଇ ବର୍ଷ ତଳେ ପୁଣି ଥରେ ଦେଶର ପ୍ରମୁଖ ନେତା ଭାବେ ନିର୍ବାଚିତ ହୋଇଥିଲେ । ସାଧାରଣ ନିର୍ବାଚନରେ ତାଙ୍କ ପକ୍ଷରେ ୯୯.୦୮ ପ୍ରତିଶତ ଭୋଟ ବି ଆସିଥିଲା । ପ୍ରତି ନିର୍ବାଚନରେ କିମ ନିଜ ଲୋକପ୍ରିୟତା ଜବରଦସ୍ତ ଜାହିର କରିବାକୁ ଚାହାନ୍ତି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

1 hour ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago