ଦେଶ ବିଦେଶ

ସୁନ୍ଦରୀ ତରୁଣୀଙ୍କ ମେଳରେ ସମୟ କାଟନ୍ତି କିମ୍‌ ଜୋଙ୍ଗ୍‌, ଝିଅମାନଙ୍କୁ ନେଇ ଗଠନ ହୋଇଥିବା ପ୍ଲେଜର ସ୍କ୍ଵାର୍ଡ଼ରେ ସାମିଲ ହୁଅନ୍ତି ଶହ ଶହ ନାବାଳିକା

କେନ୍ୟୁଜ୍‌ ବ୍ୟୁରୋ: ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ଙ୍କୁ କିଏ ବା ନଜାଣେ । ତାଙ୍କର ନିଷ୍ଠୁର ଏବଂ କ୍ରୂର ଶାସନ ପ୍ରକି୍ରୟା ବିଷୟରେ ସମସ୍ତଙ୍କୁ ଜଣା । କିନ୍ତୁ, ତାଙ୍କ ବିଷୟରେ ଏବେ ଗୋଟିଏ ରୋଚକ ତଥ୍ୟ ନଜରକୁ ଆସିଛି, ଯାହା ଶୁଣିଲେ ସମସ୍ତେ ଚକିତ ହୋଇଯିବେ । କିମ୍ ଜୋଙ୍ଗ୍ ବିଶ୍ୱ ରାଜନୀତିରେ ଏକ ପରିଚିତ ନାମ ହୋଇଥିବା ତାଙ୍କର ଏହି ରସିକିଆ ଗୁଣ ଲୋକାଲୋଚନକୁ ଆସିଛି । ସେ ଶହ ଶହ ନାବାଳିକାଙ୍କ ଗହଣରେ ସମୟ କାଟନ୍ତି ଏବଂ ଡ୍ୟାନ୍ସ ଦେଖନ୍ତି । ସେହି ଡ୍ୟାନ୍ସ ପୁଣି ନାବାଳିକା ଝିଅ ମାନଙ୍କର । ତାଙ୍କର ଚିତ୍ତ ବିନୋଦନ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଏ ଯେଉଁଥିରେ ଶହ ଶହ ସୁନ୍ଦରୀ ତରୁଣୀ ସାମିଲ ହୁଅନ୍ତି । ସେହି ସ୍ୱତନ୍ତ୍ର ପାର୍ଟିକୁ ପ୍ଲେଜର ଗ୍ରୁପ୍ ମଧ୍ୟ କୁହାଯାଉଛି । ଏହି ଗ୍ରୁପରେ ୧୫ରୁ ୨୦ ବର୍ଷର ଝିଅ ସାମିଲ ହୋଇଥାଆନ୍ତି । ଏହି ପ୍ଲେଜର ଗ୍ରୁପର ଝିଅମାନେ ଡ୍ୟାନ୍ସ କରି କିମ୍ ଜୋଙ୍ଗ୍ଙ୍କୁ ଖୁସି କରାନ୍ତି । ଆକର୍ଷଣୀୟ ସୁନ୍ଦରୀ ତରୁଣୀମାନଙ୍କର ଏହି ଗ୍ରୁପକୁ ସେକ୍ସ ପାର୍ଟି ବି କୁହାଯାଏ ଏବଂ ଏଥିରେ ୩୦ ବର୍ଷ ପର୍ଯ୍ୟନ୍ତ ଝିଅ ବି ଅଛନ୍ତି ।

ପ୍ଲେଜର ଗ୍ରୁପକୁ ୩ ଭାଗରେ ବଣ୍ଟା ଯାଇଛି :

ଏହି ଗୃପ୍କୁ ୩ ଭାଗରେ ବଣ୍ଟାଯାଇଛି, ପ୍ରଥମ ଟି ହେଉଛି ସେକ୍ସୁଆଲ ସର୍ଭିସେସ୍, ଦ୍ୱିତୀୟ ଟି ମସାଜ୍ ଏବଂ ତୃତୀୟଟି ହେଉଛି ନ୍ୟୁଡ୍ ସିଙ୍ଗିଙ୍ଗ୍ ଏବଂ ଡ୍ୟାନ୍ସିଂ । ତାଙ୍କର ଏହି ବିଳାସ ପୂର୍ଣ୍ଣ ଜୀବନ ପାଇଁ ସୁନ୍ଦରୀ ତରୁଣୀଙ୍କୁ ବୟସ ଏବଂ ସୌନ୍ଦର୍ଯ୍ୟ ଅନୁସାରେ ବିଭିନ୍ନ ଭାଗ ବଣ୍ଟା ଯାଇଛି । ସୂଚନା ଅନୁସାରେ ଏହି ପ୍ଲେଜର ପାର୍ଟି ତାଙ୍କର ଜେଜେ କିମ୍ ୨ୟ ସଙ୍ଗ୍ ଆରମ୍ଭ କରିଥିଲେ । ଏହି ବିଷୟରେ ଜାପାନର ଜଣେ ବ୍ୟକ୍ତି ତାଙ୍କର ବହିଲେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, ଏହି ପ୍ଲେଜର ଗ୍ରୁପ୍ର ଝିଅମାନଙ୍କର କାମ ହେଉଛି ନେତା ଏବଂ ବଡ଼ ଅଧିକାରୀଙ୍କ ସେବାରେ କରିବେ। ଏହି ସରକରୀ ଅଧିକାରୀମାନେ ହେଉଛନ୍ତି ନେତାମାନଙ୍କର ବହୁତ ପାଖ ଲୋକ ଯାହାଙ୍କୁ ପୋଲିତ ବ୍ୟୁରୋ ବି କୁହାଯଏ ।

କେମିତି ଝିଅମାନଙ୍କୁ ଚୟନ କରାଯାଏ:

ଏହି ଗୃପରେ ସାମିଲ କରିବା ପାଇଁ ହେଲେ ଝିଅମାନଙ୍କୁ ଏକ ଖାସ୍ ଉପାୟରେ ବଛା ଯାଇଥାଏ । ପ୍ରଥମେ କିମ୍ ଜୋଙ୍ଗଙ୍କର ଲୋକ ସ୍କୁଲ ପିଲାଙ୍କ ଉପରେ ନଜର ରଖନ୍ତି । ତା ପରେ ଯେଉଁ ଝିଅ ତାଙ୍କର ପସନ୍ଦ ହୁଏ ତାକୁ ଉଠାଇ ନିଅନ୍ତି । ନା ସେହି ନା ବାଳିକାକୁ ପଚାରି ଥାନ୍ତି ନା ତାର ଘର ଲୋକଙ୍କୁ । ଏହି ଘଟଣାରୁ କିମ୍ ଜୋଙ୍ଗଙ୍କର ବର୍ବରତା ବିଷୟରେ ଆପଣ ଜାଣି ପାରୁଥିବେ ଏବଂ କେଉଁ ସ୍ତରରେ ସେ ଏକ ଛତ୍ରବାଦ ଶାସନ କରନ୍ତି ତାହା ବି । ତା ପରେ ସେମାନଙ୍କୁ ଟ୍ରେନିଂ ଦିଆଯାଏ ଏବଂ ସବୁଠାରୁ ସୁନ୍ଦର ଝିଅ ଲିଡରଙ୍କ ପାଖକୁ ପଠା ଯାଇଥାଏ ଏବଂ ଅନ୍ୟ ଝିଅମାନଙ୍କୁ ଅଧିକାରୀ ବା ପୋଲିସ ବ୍ୟୁରୋଙ୍କ ପାଖକୁ ପଠାଯାଇଥାଏ ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

6 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

20 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

35 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

46 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

57 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago