ଅସୁସ୍ଥ ହୋଇପଡ଼ିଛନ୍ତି ଉତ୍ତର କୋରିଆର ଲିଡର କିମ ଜୋଙ୍ଗ! ମୁଣ୍ଡର ପଛ ଭାଗରେ ଲାଗିଛି ମେଡିକାଲ୍ ବ୍ୟାଣ୍ଡେଜ୍

ନୂଆଦିଲ୍ଲୀ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ଏଥର ଚର୍ଚ୍ଚାର କାରଣ ହେଉଛି ତାଙ୍କ ମୁଣ୍ଡର ପଛ ଭାଗରେ ଲାଗିଥିବା ମେଡିକାଲ୍ ବ୍ୟାଣ୍ଡେଜ୍ । କୋରିଆ ପିପୁଲ୍ସ ଆର୍ମି ଇଭେଣ୍ଟରେ ଏହି ବ୍ୟାଣ୍ଡେଜ୍ ଦେଖିବାକୁ ମିଳିଥିଲା ​। ଏହି କାର୍ଯ୍ୟକ୍ରମ ଜୁଲାଇ ୨୪ରୁ ୨୭ ପର୍ଯ୍ୟନ୍ତ ହୋଇଥିଲା । କିମ୍ ଏଥିରେ ସାମିଲ ହୋଇଥିଲେ । ଏହି ବ୍ୟାଣ୍ଡେଜ୍ ଯୋଗୁଁ କିମଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି । କୋରିଆର ଷ୍ଟେଟ ମିଡିଆର ଫଟୋରେ କିମଙ୍କ ମୁଣ୍ଡରେ ଡାକ ଷ୍ଟାମ୍ପ ଆକାରର ବ୍ୟାଣ୍ଡେଜ୍ ଦେଖାଯାଇଥିଲା ।

north korean

ଏହା ବ୍ୟତୀତ ଜୁଲାଇର ଶେଷ ଦିନରେ ଘଟିଥିବା ଅନ୍ୟ ଏକ ଘଟଣାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ବ୍ୟାଣ୍ଡେଜ୍ ବଦଳରେ ଏକ ଗାଢ଼ ସବୁଜ ଦାଗ ଦେଖାଯାଇଥିଲା ।
କୋରିଆରେ କିମଙ୍କ ସ୍ୱାସ୍ଥ୍ୟକୁ ପ୍ରାୟତଃ ଗୁପ୍ତ ରଖାଯାଇଥାଏ । ଏହା ପ୍ରଥମ ଥର ନୁହେଁ କିମ ଜୋଙ୍ଗ ଉନଙ୍କ ଆଘାତ କିମ୍ବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଜନସାଧାରଣଙ୍କ ନିକଟକୁ ଆସିଛି । ଯଦିଓ କିମ୍ ସେଠାରେ ଥିବା ଗଣମାଧ୍ୟମ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିଛନ୍ତି, କିମଙ୍କର କିଛି ଫଟୋ ଏହା ପୂର୍ବରୁ ମଧ୍ୟ ଜୁନ୍ ମାସରେ ସାମ୍ନାକୁ ଆସିଥିଲା । ଏଥିରେ କିମ ବହୁତ ପତଳା ଦେଖାଯାଉଥିଲେ । ଉତ୍ତର କୋରିଆର ଗଣମାଧ୍ୟମ ଦଶନ୍ଧି ଧରି ପ୍ରଚାର ପ୍ରସାର କରିଆସୁଛି ଯେ ସର୍ବୋଚ୍ଚ ନେତା ଜନସାଧାରଣଙ୍କ ମଙ୍ଗଳ ପାଇଁ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ ।

kim jong

ସୂଚନା ମୁତାବକ କିମ ଜୁଲାଇ ୧୧ରେ ସଂଗୀତଜ୍ଞଙ୍କ ଏକ କନ୍ସର୍ଟରେ ଯୋଗ ଦେଇଥିଲେ ଏବଂ ଷ୍ଟେଟ ମିଡିଆ ଦ୍ୱାରା ପ୍ରକାଶିତ ଫଟୋରେ କିମଙ୍କ ମୁଣ୍ଡର ପିଠିରେ କୌଣସି ଚିହ୍ନ ଦେଖାଯାଇ ନଥିଲା । ଏହା ପରେ କିମ ସମୁଦ୍ର କୂଳରେ ଥିବା ମହଲରେ ସମୟ କଟାଇଲେ । ଗତ ବର୍ଷ ୨୦୨୦ରେ ଦୀର୍ଘ ଦିନ ଧରି ନିଖୋଜ ରହିବା ପରେ କିମ୍ ଏକ ସାର କାରଖାନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହି ସମୟରେ ତାଙ୍କ ହାତରେ ଚିହ୍ନ ରହିଥିଲା । ତାଙ୍କ ହାତ ଅସ୍ତ୍ରୋପଚାର କରିଥିବା ଅନୁମାନ କରାଯାଉଥିଲା ।

ଉଲ୍ଲେଖନୀୟ କଥା ହେଉଛି, ୨୦୧୧ ମସିହାରେ ପିତାଙ୍କ ଦେହାନ୍ତ ପରେ କିମ ଜୋଙ୍ଗ ଉନଙ୍କୁ ଉତ୍ତର କୋରିଆର ନେତା କରାଯାଇଥିଲା। ସେହି ସମୟରେ ମଧ୍ୟ ଖବର ଆସିଥିଲା ​​ଯେ କିମ ଜୋଙ୍ଗ ଉନ୍ ଜଣେ ଧୂମପାନକାରୀ ଏବଂ ଏହି କାରଣରୁ ତାଙ୍କ ସ୍ୱାସ୍ଥ୍ୟ ବହୁତ ଖରାପ ହେଉଛି ।