ଫ୍ରାନ୍ସର ଭବିଷ୍ୟବକ୍ତାଙ୍କ ଭବିଷ୍ୟବାଣୀ ସତ ହେବନି ତ ? ୨୦୨୨ରେ ପଡିବ କି ପରମାଣୁ 

ବର୍ତ୍ତମାନର ପରିସ୍ଥିତି ଅତ୍ୟନ୍ତ ଭୟଙ୍କର । ଯଦି ଦେଖାଯାଏ ତେବେ ସମସ୍ତଙ୍କ ନଜର ଯେମିତି ଋଷ ଓ ୟୁକ୍ରେନ ଉପରେ ରହିଛି । କାରଣ ତୃତୀୟ ଦିନରେ ଆସି ପହଞ୍ଚିଛି ଯୁଦ୍ଧର ବିଭିଷୀକା । ଋଷ ହମଲାରେ ଏୟାଏଁ କେତେ ଯେ ଲୋକଙ୍କର ଜୀବନ ଗଲାଣି ତାହା କହିବା ମୁସ୍କିଲ । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ୟୁକ୍ରେନର କ୍ଷତିକୁ ମଧ୍ୟ ସାମନାକୁ ଆଣିଛନ୍ତି । ଆଶଙ୍କା ରହିଛି ଯଦି ଏଭଳି ସ୍ଥିତି ଲାଗିରହେ ତେବେ ଏହା ବିଶ୍ୱର ତୃତୀୟ ବିଶ୍ୱଯଦ୍ଧର ରୂପ ନେବ ନିଶ୍ଚୟ । କିନ୍ତୁ ଏହାର ସମ୍ଭାବନା ଏବେ କମ ରହିଛି । ଏବେ ଆମେରୀକା ୟୁକ୍ରେନରେ ଋଷ ବିପକ୍ଷରେ ନିଜ ସେନା ପଠାଇବାକୁ ମନାକରିଦେଇଛି ।

ଆମେରୀକା ରାଷ୍ଟ୍ରପତି ଜୋ ବାଇଡେନ ସଫା ସଫା କହିଛନ୍ତି କି ସେ ୟୁକ୍ରେନରେ ନିଜ ସେନା ପଠାଇବେ ନାହିଁ । ସେ ଏପରି କହିଛନ୍ତି କି ୟୁକ୍ରେନକୁ ନିଜ ଲଢେଇ ନିଜେ ଲଢିବାକୁ ହେବ । ବାଇଡେନ କହିଛନ୍ତି କି ସେ ନାଟୋରେ ଥିବା ଦେଶ ଗୁଡିକର ରକ୍ଷା କରିବେ । ନାଟୋ ୟୁରୋପର ପୂର୍ବ ଇଲାକାରେ ସୈନିକ ବଢାଇବା ପାଇଁ ବି ନିଷ୍ପତ୍ତି ନେଇଛି ।

ଆମେରୀକା ଛଡା ନାଟୋ ମଧ୍ୟ ନିଜ ନିଜ ସେନାମାନଙ୍କୁ ସୁରକ୍ଷିତ ରହିବାକୁ ଆଦେଶ ଦେଇଛି । ନାଟୋ ନିଜ ଯୁଦ୍ଧାସ୍ତ୍ର ସହ ଯୁଦ୍ଧ ଜାହାଜ ଓ ସୈନ୍ୟମାନଙ୍କୁ ପ୍ରସ୍ତୁତ କରିରଖିଛି । ଆଲର୍ଟ ରହିବା ସହ ଏବେ ନାଟୋ ଏକ ବୈଠକ ଡାକିଛି । ଏବେ ପ୍ରଶ୍ନ ଉଠୁଛି କି କଣ ନାଟୋ ଏହି ଯୁଦ୍ଧରେ ସାମିଲ ହେବ କି । ଯଦି ଏହା ହେଉଛି ତେବେ ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ସୁନିଶ୍ଚିତ । ଏହାପେର ପରମାଣୁ ଯୁଦ୍ଧକୁ ରୋକିବା ଅସମ୍ଭବ । କାରଣ ଫ୍ରାନ୍ସର ଭିଷ୍ୟବାଣୀ ମାଇକଲ ଦ ନଷ୍ଟ୍ରୋଡମସ ବର୍ଷ ୨୦୨୨ରେ ପରମାଣୁ ବୋମା ପଡିବାର ଭବିଷ୍ୟବାଣୀ କରିଥିଲେ । ଆସନ୍ତୁ ଜାଣିବା କି ସେ ୨୦୨୨ପାଇଁ କଣ ଭବିଷ୍ୟବାଣୀ କରିଥିଲେ ।

ପୂର୍ବରୁ ମଧ୍ୟ ନଷ୍ଟ୍ରୋଡମସ ଏଭଳି ଅନେକ ଭବିଷ୍ୟବାଣୀ କରିଛନ୍ତି ଯାହା ଆଶ୍ଚର୍ଯ୍ୟ କଲାଭଳି । ସେ ନିଜ ବହିରେ ମଧ୍ୟ ଏମିତି ଅନେକ ଭବିଷ୍ୟବାଣୀ କରିଛନ୍ତି ଯାହା ସତ ସାବ୍ୟସ୍ତ ହୋଇଛି । ୨୦୨୨ରେ ପୃଥିବୀ ବିଧ୍ୱଂସ ଆଡକୁ ଯାଉଛି ବୋଲି କହିଥିଲେ ଏହି ଭବିଷ୍ୟବକ୍ତା । ସେ ନିଜ ଭବିଷ୍ୟବାଣୀରେ କହିଛନ୍ତି କି ୨୦୨୨ରେ ପରମାଣୁ ବୋମା ଛିଡିବ । ସେ ଆହୁରି ବି କହିଛନ୍ତି କି ଏଥିପାଇଁ ପୃଥିବୀରେ ଜଳବାୟୁ ପରିବର୍ତ୍ତନ ହେବ ଓ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିପାରେ ।

ତାଙ୍କ ଭବିଷ୍ୟବାଣୀରେ ସେ କହିଛନ୍ତି କି ୨୦୨୨ରେ ଦର ଅନିୟନ୍ତ୍ରିତ ହୋଇଯିବ । ଏପରିକି ଲୋକେ ୨୦୨୨ରେ ସୁନା, ଚାନ୍ଦି ଓ ବିଟକଏନକୁ ନିଜ ସମ୍ପତ୍ତି ମାନିବେ । ଏଥିରେ ଲୋକେ ବହୁଳ ଭାବରେ ଟଙ୍କା ନିବେଶ କରିବେ ଯାହା ପୃଥିବୀରେ ସମସ୍ୟା ଆଣିବ । ଏବେ ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେବା ଫଳରେ ଫ୍ରାନ୍ସର ଭବିଷ୍ୟବକ୍ତା ମାଇକେଲ ଦ ନାଷ୍ଟ୍ରେଡମସ ଙ୍କ ଭବିଷ୍ୟବାଣୀ ସତ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.