ଦୀର୍ଘଦିନ ଶାରୀରିକ ସମ୍ପର୍କ ନ ରହିଲେ ଛାଡ଼ପତ୍ର ପାଇଁ ହୋଇପାରେ ପର୍ଯ୍ୟାପ୍ତ କାରଣ : ଆଲ୍ହାବାଦ ହାଇକୋର୍ଟ

ସହବାସ ନହେଲେ ଛାଡ଼ପତ୍ର । ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ନଥିଲେ ଏହା ଛାଡପତ୍ର ପାଇଁ ହୋଇପାରେ ପର୍ଯ୍ୟାପ୍ତ କାରଣ ବୋଲି କହିଛନ୍ତି କୋର୍ଟ । କାରଣ ଜୀବନସାଥୀ ଠାରୁ ଶାରୀରିକ ସମ୍ପର୍କରୁ ଦୂରେଇ ରହିବା ମାନସିକ ଉତ୍ପୀଡ଼ନ ବୋଲି କୋର୍ଟ କହିଛନ୍ତି।

ଆଲ୍ହାବାଦ : ସହବାସ ନହେଲେ ଛାଡ଼ପତ୍ର । ଦୀର୍ଘଦିନ ଧରି ଶାରୀରିକ ସମ୍ପର୍କ ନଥିଲେ ଏହା ଛାଡପତ୍ର ପାଇଁ ହୋଇପାରେ ପର୍ଯ୍ୟାପ୍ତ କାରଣ ବୋଲି କହିଛନ୍ତି କୋର୍ଟ । କାରଣ ଜୀବନସାଥୀ ଠାରୁ ଶାରୀରିକ ସମ୍ପର୍କରୁ ଦୂରେଇ ରହିବା ମାନସିକ ଉତ୍ପୀଡ଼ନ ବୋଲି କୋର୍ଟ କହିଛନ୍ତି।

ଜଣେ ବ୍ୟକ୍ତିଙ୍କ ଛାଡପତ୍ର ପିଟିସନ ଉପରେ ଶୁଣାଣି କରିବା ଅବସରରେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ବିନା କାରଣରେ ସ୍ୱାମୀ ସ୍ତ୍ରୀ ପରସ୍ପରଠାରୁ ଦୀର୍ଘଦିନ ଶାରୀରିକ ସମ୍ପର୍କରୁ ଦୂରେଇ ରହିବା ହେଉଛି ମାନସିକ ଉତ୍ପୀଡ଼ନ ବା ନିଷ୍ଠୁରତା।

ଏହାକୁ ଆଧାର କରି ଜଣେ ଅନ୍ୟ ଜଣଙ୍କୁ ଛାଡପତ୍ର ଦେଇ ପାରିବେ। ଜଣେ ସ୍ୱାମୀଙ୍କ ପକ୍ଷରୁ ହିନ୍ଦୁ ବିବାହ ଆଇନ ୧୯୫୫ର ଧାରା ୧୩ ଅଧୀନରେ ଅଣାଯାଇଥିବା ଛାଡପତ୍ର ଆବେଦନକୁ ଖାରଜ କରିଥିବା ପରିବାର ଅଦାଲତର ରାୟକୁ ଚାଲେଞ୍ଜ କରି ଆଗତ ପିଟିସନ ଉପରେ ଏହି ରାୟ ଶୁଣାଇଛନ୍ତି କୋର୍ଟ। ହାଇକୋର୍ଟ ବିଚାରପତି ସୁନିତ କୁମାର ଓ ରାଜେନ୍ଦ୍ର କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ସ୍ୱାମୀ କରିଥିବା ଅଭିଯୋଗ ଅନୁସାରେ ସେମାନଙ୍କ ବିବାହ ୧୯୭୯ରେ ହୋଇଥିଲା।

ବିବାହର କିଛି ଦିନ ପରେ ସ୍ତ୍ରୀଙ୍କ ଆଚରଣ ଓ ବ୍ୟବହାର ବଦଳି ଯାଇଥିଲା। ସ୍ୱାମୀଙ୍କ ସହ ରହିବାକୁ କିମ୍ବା ଶାରୀରିକ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ। ଏଭଳି ଭାବେ ୬ ମାସ ବିତିବା ପରେ ସ୍ୱାମୀଙ୍କୁ ଛାଡି ସ୍ତ୍ରୀ ନିଜ ବାପଘରକୁ ଚାଲି ଯାଇଥିଲେ। ସ୍ତ୍ରୀଙ୍କ ବୁଝାଇ ଆଣିବା ଲାଗି ସ୍ୱାମୀ ଲାଗାତାର ଭାବେ ପ୍ରୟାସ କରି ବିଫଳ ହୋଇଥିଲେ।

ଶେଷରେ ପଞ୍ଚାୟତ ବସି ଉଭୟଙ୍କ ଛାଡପତ୍ର ହୋଇଥିଲା। ଭରଣପୋଷଣ ଲାଗି ୨୨ ହଜାର ଟଙ୍କା ଦେଇଥିଲେ। ପରେ ସ୍ତ୍ରୀ ଦ୍ୱିତୀୟ ବିବାହ କରିଥିଲେ। କିନ୍ତୁ ଆଇନଗତ ଭାବେ ସେମାନଙ୍କ ଛାଡପତ୍ର ହୋଇନଥିବାରୁ ପତ୍ନୀଙ୍କ ବିରୋଧରେ ମାନସିକ ଉତ୍ପୀଡ଼ନ ଅଭିଯୋଗ ଆଣି ସ୍ୱାମୀ ପରିବାର ଅଦାଲତ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ପରିବାର ଅଦାଲତ ତାଙ୍କ ଆବେଦନକୁ ଖାରଜ କରିଦେବାରୁ ସେ ହାଇକୋର୍ଟ ଯାଇଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.