ଦେଶ ବିଦେଶ

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ସ୍ୱାମୀଙ୍କ ପାଇଁ ସ୍ତ୍ରୀ ବ୍ରତ ଉପବାସ କରିବାକୁ ବାଧ୍ୟ ନୁହେଁ

ବିବାହ ଏକ ପବିତ୍ର ବନ୍ଧନ । ଏହି ପବିତ୍ର ବନ୍ଧନକୁ ପାଳନ କରିବାକୁ ଯାଇ ସାରା ଜୀବନ ମଣିଷ କର୍ତ୍ତବ୍ୟରେ ନିଜକୁ ବ୍ୟସ୍ତ ରଖିଥାଏ । ଭାରତ ଏକ ଧାର୍ମିକ ଦେଶ ଏଠାରେ ଅନେକ ନିୟମ ରହିଛି ସେହି ନିୟମକୁ ଆମ ରୀତି ନୀତି ଅନୁଯାୟୀ ପାଳନ କରାଯାଇଥାଏ । ଏଥିସହ ଆମ ପୂର୍ବାଲୋକଙ୍କ ସମୟରୁ ଅନେକ ପରମ୍ପରା ମଧ୍ୟ ରହିଛି । ସେହି ପରମ୍ପରାକୁ ନିଷ୍ଠାର ସହ ତୁଲାଇଥାଏ ଗୋଟିଏ କର୍ତ୍ତବ୍ୟପରାୟଣ ସ୍ତ୍ରୀ । ସବୁବେଳେ ସ୍ୱାମୀ ଏବଂ ପରିବାରର ମଙ୍ଗଳ ମନାସୀ ବିଭିନ୍ନ ପୂଜାର୍ଚ୍ଚନା କରିଥାଏ ଗୋଟିଏ ସ୍ତ୍ରୀ । କିନ୍ତୁ ଏହି ପୂଜା ବ୍ରତକୁ ନେଇ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ । ସ୍ୱାମୀଙ୍କ ପାଇଁ ସ୍ତ୍ରୀ ବ୍ରତ କରିବାକୁ ବାଧ୍ୟ ନୁହେଁ ।

ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ଏହି ରାୟ ଦେଇଛନ୍ତି । ବ୍ରତ କରିବା ସ୍ତ୍ରୀର ଇଛା ଉପରେ ନିର୍ଭର କରିଥାଏ । ଏଥିରେ କୌଣସି ନିଷ୍ଠୁରତା ନାହିଁ । କିମ୍ବା ଏହା ବୈବାହିକ ସମ୍ପର୍କ ଭାଙ୍ଗିବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନୁହେଁ । ତେଣୁ ସ୍ୱାମୀଙ୍କ ପାଇଁ ବ୍ରତ ଉପବାସ ଲାଗି ସ୍ତ୍ରୀଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ । ଏକ ମାମଲାରେ ସ୍ୱାମୀଙ୍କ ଛାଡପତ୍ର ଆବେଦନକୁ ଅନୁମତି ଦେବା ପାଇଁ କୋର୍ଟ ଏକ ପାରିବାରିକ ଅଦାଲତର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ।ତେବେ ଜଷ୍ଟିସ ସୁରେଶ କୁମାର କୈତ ଏବଂ ଜଷ୍ଟିସ ନୀନା ବଂସାଲ କୃଷ୍ଣଙ୍କ ଏକ ଡିଭିଜନ ବେଞ୍ଚ କହିଛନ୍ତି ଯେ, ପୂଜା, ବ୍ରତ ଏ ସମସ୍ତ ଧାର୍ମିକ ବିଶ୍ୱାସ ରହିଛି । କିନ୍ତୁ ସ୍ୱାମୀଙ୍କ ପାଇଁ ବ୍ରତ ଉପବାସ କରିବା ସେଇଟା ସ୍ତ୍ରୀର ଇଚ୍ଛା ଉପରେ ନିର୍ଭର କରିଥାଏ । ଏଥିପାଇଁ ତାଙ୍କୁ କେହି ବାଧ୍ୟ କରିପାରିବେ ନାହିଁ । କରୱା ଚୌଥ ପାଳନ କରିବା କିମ୍ବା ପାଳନ ନ କରିବା ସେଇଟା ସ୍ତ୍ରୀର ବ୍ୟକ୍ତିଗତ ପସନ୍ଦ । ଯଦି ଏହା ବିଚାରକୁ ନିଆଯାଏ ତେବେ ଏହାକୁ କ୍ରୁରତା କୁହାଯାଇ ପାରିବ ନାହିଁ ।

ଧାର୍ମିକ କର୍ତ୍ତବ୍ୟ ପାଳନ କରିବା ଆଇନର ଧାରା ନ ଥାଏ । ତେବେ ଏହାକୁ ଅମାନ୍ୟ କଲେ କ୍ରୁରତା କୁହା ଯିବନି । ଏବଂ ଏହି ପ୍ରମାଣକୁ ଆଧାର କରି ବିବାହ ସମ୍ପର୍କ ବିଚ୍ଛେଦ ହୋଇପାରିବନି। ପୂଜା ବ୍ରତ ପାଳନ ନ କରିବା ସ୍ୱାମୀଙ୍କ ପ୍ରତି କୁଠାରଘାତ ନୁହେଁ । ତେବେ ପରିବାର ଅଦାଲତରେ ସ୍ୱାମୀଙ୍କ ଦ୍ୱାରା ଛାଡପତ୍ର ଦେବାକୁ ଥିବା ଆଦେଶକୁ ଚ୍ୟାଲେଞ୍ଜ କରି ମହିଳା ଜଣକ ହାଇକୋର୍ଟରେ ଆବେଦନ କରିଥିଲେ । ଅଦାଲତ ସମସ୍ତ ତଥ୍ୟକୁ ବିଚାର କରି କହିଛନ୍ତି ଧାର୍ମିକ ରୀତିନୀତି ପାଳନ ନ କରିବା ଛାଡ଼ପତ୍ର ପାଇଁ ଏକମାତ୍ର କାରଣ ହୋଇପାରିବନି ।

KNews Bureau

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

13 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

19 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

49 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

57 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago